ଲ୍ୟାଣ୍ଡମାଇନ ବିସ୍ପୋରଣରେ ୨ମୃତ

0

ମାଲକାନଗିରି: ନକ୍ସଲଙ୍କ ଦ୍ବାରା ବିଛା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲାରେ ଏହି ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି । ଉଭୟ ଗତକାଲି ଅପରାହ୍ନରେ ସାପ୍ତାହିକ ହାଟ ସାରି ଗାଁକୁ ଫେରୁଥିବା ସମୟରେ ଏହି ଅଘଟଣ ଘଟିଛି । ଏନେଇ ସୁକମା ଏସପି ଅଭିଷେକ ମୀନା ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ରବିବାର ଦିନ ନକ୍ସଲମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ବିଛାଇଥିଲେ। ମାତ୍ର ସୁରକ୍ଷାକର୍ମୀମାନେ ସେହି ରାସ୍ତା ଦେଇ ଯାଇ ନଥିବାରୁ ବର୍ତ୍ତି ଯାଇଛନ୍ତି ।

Leave A Reply