ହାଇୱା ଦୁର୍ଘଟଣାରେ ୨ ମୃତ

0
179

କେନ୍ଦ୍ରାପଡ଼ା: ହାଇୱା ମାଡ଼ି ଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ମାର୍ଶାଘାଇ ଥାନା ଅନ୍ତର୍ଗତ କ୍ରସିଂ ନିକଟରେ। ଗୁରୁବାର ସକାଳେ ହାଇୱା ଗାଡ଼ିଟି ଭାରସାମ୍ୟ ହରାଇ ଯାତ୍ରୀ ବିଶ୍ରାମଗାରକୁ ଧକ୍କା ଦେଇ ଏକ ଦୋକାନ ଉପରକୁ ମାଡ଼ିଯାଇଥିଲା। ଦୋକାନରେ ଶୋଇଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଦୋକାନୀଙ୍କ ନାମ ବାଳକୃଷ୍ଣ ଜେନା ବୋଲି ଜଣା ପଡ଼ିଛି। ପରେ ଡ଼୍ରାଇଭରଙ୍କର ମୃତ୍ୟୁ ହୋଇଥିଲା।
ଡ୍ରାଇଭରର ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

LEAVE A REPLY

Please enter your comment!
Please enter your name here