ଆଜିଠୁ ୨ ଦିନିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର: ବଲାଙ୍ଗୀରରେ ବାଇପାସ୍‌ ନିର୍ମାଣ, ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଏବଂ ବନ୍ଦ ଥିବା ଲୋୟର ସୁକତେଲ ପ୍ରକଳ୍ପ ପୁନଃକାର୍ଯ୍ୟକ୍ଷମ କରିବା ଆଦି ୩ ପ୍ରପୁଖ ଦାବି ନେଇ ବଲାଙ୍ଗୀର ଆକ୍ସନ କମିଟି ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରା ଦିଆଯାଇଛି। ବୁଧବାର ଏବଂ ଗୁରୁବାର ଦୁଇଦିନ ଧରି ଜିଲାରେ ବନ୍ଦ ପାଳନ କରାଯିବା ଲାଗି କମିଟି ଆହ୍ବାନ କରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ, ଡାକଘର ଓ ବ୍ୟାଙ୍କ ବନ୍ଦ ରଖିବା ଲାଗି କମିଟି ପକ୍ଷରୁ କୁହାଯାଇଛି। ବୁଧବାର ସକାଳୁ କମିଟି ସଦସ୍ୟଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇ କାର୍ଯ୍ୟାଳୟ ବନ୍ଦ କରାଯାଉଛି। କମିଟି ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି।

Comments are closed.