ବିହାର: ପୁଲିସ ହାଜତରେ ୨ ଅଭିଯୁକ୍ତଙ୍କୁ ଲୁହା କଣ୍ଟା ପିଟି  ହତ୍ୟା କରାଯାଇଥିବା ଅଭିଯୋଗ

0
858
Pic courtesy : Indiatimes.com

ପାଟନା ..-   ବିହାରର ସୀତମଢିରେ ଚୋରି ଓ ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଦୁଇଜଣ ଅଭିଯୁକ୍ତଙ୍କର ପୁଲିସ ହାଜତରେ ମୃତ୍ୟୁ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଅଭିଯୁକ୍ତଙ୍କ ଶରୀରରେ  ଲୁହାକଣ୍ଟା ପିଟା ଯାଇଥିବାର ଚିହ୍ନ ଥିବାରୁ , ଏମାନଙ୍କୁ  କଣ୍ଟା ପିଟା ଯାଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ଶବ ବ୍ୟବଛେଦ ପୂର୍ବର ଏକ ଫଟୋ ଭାଇରାଲ ହୋଇଛି । ଏଥିରେ ଅଭିଯୁକ୍ତମାନଙ୍କର ଶରୀରରେ  କଣ୍ଟା ଫୋଡା ଯାଇଥିବାର ଚିହ୍ନ ରହିଛି । ଏହି ଘଟଣାରେ ୫ ଜଣ ପୁଲିସ କର୍ମୀଙ୍କ ନିଲମ୍ବନ  କରାଯିବା ସହ ଥାନାରେ ମାମଲା ରୁଜୁ କରାଯାଇଛି । ଏକ ମଟରସାଇକେଲ ଚୋରି ଓ ଏହାର ମାଲିକକୁ ହତ୍ୟା ମାମଲାରେ ପୁଲିସ ଗୁଫରାନ ଓ ତସଲିମଙ୍କୁ ଗିରଫ କରିଥିଲା । ଏମାନଙ୍କ ନାମରେ ଆଗରୁ ଅନେକ ଅପରାଧିକ ମାମଲା  ରହିଛି ।