ଜିଏସଟି ଫାଇଲ କରିବାରେ ୧୫ କୋଟି ହେରଫେର ; ଦୁଇ ଗିରଫ

0

ରାଉଲକେଲା : ଜିଏସଟି ଫାଇଲ ପ୍ରସ୍ତୁତ କରିବାରେ ୧୫ କୋଟି ଟଙ୍କା ହେରଫେର ଅଭିଯୋଗରେ ଆଇନଜୀବି ଓ ବ୍ୟବସାୟୀଙ୍କୁ ଡିଜିସିଏ ଗିରଫ କରିଛି। ଏହି ଦୁଇଜଣ ନକଲି ଜିଏସଟି ଫାଇଲ କରୁଥିବା ଅଭିଯୋଗ ଆସିବାପରେ ଭୁବନେଶ୍ୱର ଡିଜିସିଏ କର୍ମଚାରୀ ଦୁଇଜଣକୁ ଗିରଫ କରିଥିଲେ। ପ୍ରଥମେ ଏହି ଦୁଇ ଅଭିଯୁକ୍ତଙ୍କୁ ଅତିରିକ୍ତ ଜିଲା ଦୌରା ଜଜକୁ ନିଆଯାଇଥିଲା। କିନ୍ତୁ, ଜିଲା ଦୌରା ଜଜ୍‌ ଏହାକୁ ଗ୍ରହଣ କରିନଥିଲେ। ତେଣୁ ଡିଜିସିଏ ଏହି ଦୁଇଜଣକୁ ଫେରସ୍ତ ନେଇଯାଇଥିଲେ। ବର୍ତ୍ତମାନ ଦୁଇଜଣ ରାଉଲକେଲା ଡିଜିସିଏ ଅଫିସରେ ଅଛନ୍ତି। ଗତକାଲି ଭୁବନେଶ୍ୱର ଯିବାର ବ୍ୟବସ୍ଥା କରାଯାଇଛି।

Leave A Reply