ସେପ୍ଟେମ୍ବର ୬ରେ ଭାରତ-ଆମେରିକା ୨+୨ କଥାବାର୍ତ୍ତା

0

ନୂଆଦିଲ୍ଲୀ : ସେପ୍ଟେମ୍ବର ୬ ତାରିଖରେ ନୂଆଦିଲ୍ଲୀଠାରେ ଭାରତ ଓ ଆମେରିକା ମଧ୍ୟରେ ପ୍ରଥମ ୨+୨ କଥାବାର୍ତ୍ତା ହେବ ବୋଲି ଆମେରିକା ଘରୋଇ ବିଭାଗ ଗୁରୁବାର ଘୋଷଣା କରିଛି। ଏହି କଥାବାର୍ତ୍ତା ପୂର୍ବରୁ ଦୁଇ ଥର ବାତିଲ ହୋଇଥିଲା। ପ୍ରଥମେ ଅପ୍ରେଲ ପରେ ଜୁଲାଇ ୬ରେ ଆମେରିକାରେ ଏହି କଥାବାର୍ତ୍ତା ହେବାକୁ ଥିଲା। ମାତ୍ର ଆମେରିକା ଏହି କଥାବାର୍ତ୍ତାକୁ ସ୍ଥଗିତ ରଖିଥିଲା। ଏବେ ଆମେରିକା ଘରୋଇ ବିଭାଗ ସେପ୍ଟେମ୍ବର ୬କୁ ତାରିଖ ଧାର୍ଯ୍ୟ କରିଛି ଓ କଥାବାର୍ତ୍ତା ସ୍ଥଳ ନୂଆଦିଲ୍ଲୀ ସ୍ଥିର କରିଛି। ଏହି ୨+୨ କଥାବାର୍ତ୍ତାରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସେମାନଙ୍କର ଆମେରିକା ପ୍ରତିପକ୍ଷ ଜେମ୍ସ ମାଟିସ୍‍ ଏବଂ ମାଇକ୍‍ ପୋମ୍ପେଓଙ୍କ ସହ କଥାବାର୍ତ୍ତା କରିବେ। ଗତବର୍ଷ ତାଙ୍କର ଆମେରିକା ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ନୂଆ ପ୍ରକାର କଥାବାର୍ତ୍ତାର ପରିକଳ୍ପନା କରିଥିଲେ। ଏଥିରେ ସୁରକ୍ଷା, ଦ୍ୱିପାକ୍ଷିକ ସମ୍ପର୍କ, ପ୍ରତିରକ୍ଷା ସହଯୋଗ, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳର ସମସ୍ୟା ଓ ଅନ୍ୟ ପ୍ରସଙ୍ଗରେ ଆଲୋଚନା କରାଯିବ।

Leave A Reply