ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ

0

ନୂଆଦିଲ୍ଲୀ/ଭୁବନେଶ୍ଵର: ଏପ୍ରିଲ ୧୧ ତାରିଖରେ ହେବାକୁ ଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ। ଏହି ପର୍ଯ୍ୟାୟରେ  ୨୦ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ୯୧ଟି ଲୋକସଭା ଆସନରେ ଭୋଟ୍‍ ଗ୍ରହଣ ଅନୁଷ୍ଠିତ ହେବ। ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଲୋକସଭା ଆସନ, ତେଲଙ୍ଗାନାର ୧୭ଟି ଆସନ, ଉତ୍ତରପ୍ରଦେଶର ୮ଟି, ମହାରାଷ୍ଟ୍ରର ୭ଟି, ଉତ୍ତରାଖଣ୍ଡ ଓ ଆସାମର ୫ଟି ଲେଖାଏଁ, ବିହାର ଏବଂ ଓଡ଼ିଶାର ୪ଟି ଲେଖାଏଁ, ଜାମ୍ମୁ ଓ କାଶ୍ମୀର-ଅରୁଣାଚଳପ୍ରଦେଶ-ମେଘାଳୟ ଏବଂ ପଶ୍ଚିମବଙ୍ଗର ଦୁଇଟି ଲେଖାଏଁ ଏବଂ ଛତିଶଗଡ଼, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକିମ୍‍, ଆଣ୍ଡାମାନ ଓ ନିକୋବର ଦୀପପୁଞ୍ଜ ଏବଂ ଲାକ୍ଷାଦୀପର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟଗ୍ରହଣ କରାଯିବ।

ଏହାବ୍ୟତୀତ ଆନ୍ଧ୍ରପ୍ରଦେଶର ସମସ୍ତ ୧୭୫ ବିଧାନସଭା ଆସନ, ଓଡ଼ିଶାର ୧୪୭ ବିଧାନସଭା ଆସନ ମଧ୍ୟରୁ ୨୮ ଏବଂ ସିକିମ୍‍ର ସମସ୍ତ ୩୨ଟି ବିଧାନସଭା ଆସନ ତଥା ଅରୁଣାଚଳ ପ୍ରଦେଶର ସମସ୍ତ ୬୦ଟି ବିଧାନସଭା ଆସନ ପାଇଁ ମଧ୍ୟ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି।

ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅଧୀନ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Leave A Reply