ବିଦ୍ୟୁତ ଆଘାତରେ ୨ଶିଶୁକନ୍ୟା ମୃତ

0

ବାରିପଦା : ବାରିପଦାଠାରୁ ଦଶ କିଲୋମିଟର ଦୂର ସଢେଇକଳା ଗ୍ରାମରେ ବୁଧବାର ଦିନ ପ୍ରାୟ ବାରଟା ସମୟରେ ଘରେ ବସି ଟିଭି ଦେଖୁଥିବା ବେଳେ କୌଣସି କାରଣରୁ ନିକଟରେ ଚାଲୁଥିବା ଷ୍ଟାଣ୍ଡ ଇଲେକ୍ଟ୍ରିକ ଫ୍ୟାନଟି ୨ଶିଶୁକନ୍ୟାଙ୍କ ଉପରେ ପଡି ଯାଇଥିଲା । ଫଳରେ ଉଭୟଙ୍କର ଇଲେକ୍ଟ୍ରିକ ଶକରେ ହିଁ ପ୍ରାଣ ଚାଲିଯାଇ ଥିଲା ବୋଲି ପ୍ରକାଶ । ଉଭୟଙ୍କୁ ସଂଗେ ସଂଗେ ଡାକ୍ତରଖାନାକୁ ଆଣିଥିଲେ ସୁଦ୍ଧା ଡାକ୍ତରଖାନାରେ ଉଭୟ ମୃତ ଘୋଷିତ ହୋଇଥିଲେ । ମୃତକା ଦୁଇ ଜଣ ହେଲେ:-ରାମେଶ୍ୱର ସରେନଙ୍କ ଝିଅ ସିଲି (୫) ଏବଂ ଭାଇ ବିଶେଶ୍ୱର ସରେନଙ୍କ ଝିଅ ରାଜଲଷ୍ମୀ(୬) ବୋଲି ପ୍ରକାଶ । ଏଥି ନେଇ ବାରିପଦା ସଦର ଥାନାରେ ଅପମୃତମାମଲା ରୁଜୁ ହୋଇଛି । ପୋଷ୍ଟମର୍ଟମ କରା ଯାଇ ତଦନ୍ତ ଚାଲିଛି ।

Leave A Reply