୧୯୩୭ ଓଡ଼ିଶା ବିଧାନସଭା ନିର୍ବାଚନର ରୋଚକ ତଥ୍ୟ

0

ରଜତ କାନ୍ତ ଦାଶଙ୍କ ବିଶେଷ ଆଲେଖ୍ୟ : ମଧୁବାବୁଙ୍କ ଅଙ୍ଗୀକାରବଦ୍ଧତା ଓ ଅଦମ୍ୟ ଫଳପ୍ରସୁ ଉଦ୍ୟମ ସ୍ୱରୁପ ୧୯୩୬ ଅପ୍ରେଲ ୧ରେ ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସହ ଦୀର୍ଘ ଦିନ ଧରି ଖାଲିପଡ଼ିଥିବା ଏକ ରାଜନୈତିକ ଶୂନ୍ୟତା ପୂରଣ ହୋଇଥିଲା। ହେଲେ ପୂର୍ଣ୍ଣ ଓଡ଼ିଶା ଏକ ଶାସନ ମଧ୍ୟକୁ ଆସିନଥିଲା। ମୋଗଲ ବନ୍ଦୀ ଅଞ୍ଚଳ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ଅଂଶ ଭାବେ ବ୍ରିଟିଶ ଶାସନ ପରସିର ମଧ୍ୟକୁ ଆସିଯାଇଥିଲେ; କିନ୍ତୁ ଓଡ଼ିଶାର ପ୍ରାୟ ୨୬ଟି ଗଡ଼ଜାତ ସାମାଜିକ, ରାଜନୈତିକ ଏବଂ ଅର୍ଥନୀତି କ୍ଷେତ୍ରରେ କିଛିଟା ସ୍ୱାଧୀନତା ଲାଭ କରୁଥିଲେ। ଭାରତ ସରକାର ଆଇନ୍‍ ୧୯୩୫ ଅନୁସାରେ ବମ୍ବେରୁ ଅଲଗା ହୋଇ ସିନ୍ଧ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଲାଭ କରିଥିଲା। ସେହିପରି ବିହାରରୁ ଅଲଗା ହୋଇ ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ହୋଇଥିଲା। ବର୍ମାକୁ ସମ୍ପୂର୍ଣ୍ଣ ରୂପେ ଭାରତରୁ ଅଲଗା କରିଦିଆଗଲା। ଉଲ୍ଲେଖ ଯେ ୧୯୦୫ରେ ବିଭାଜିତ ବଙ୍ଗପ୍ରଦେଶକୁ ୧୯୧୨ରେ ଏକାଠି କରାଯାଇଥିଲା। ପଶ୍ଚିମବଙ୍ଗ ସହ ସଲଗ୍ନ ଓଡ଼ିଶା ଓ ବିହାରକୁ ଅଲଗା କରି ଏକ ପ୍ରଦେଶ ଗଠନ କରାଯାଇଥିଲା। ୧୯୧୨ରୁ ୧୯୩୬ ପର୍ଯ୍ୟନ୍ତ ଓଡ଼ିଶା ଓ ବିହାର ଏକ ପ୍ରଦେଶ ହୋଇ ରହିଥିଲେ। ୧୯୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହୋଇଥିଲା। ଏହାର ମାତ୍ର ବର୍ଷକ ପରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କ୍ଷେତ୍ରରେ ସେତେଟା ଅବଦାନ ନଥିଲେ ମଧ୍ୟ ଭାରତୀୟ ଜାତୀୟ କଂଗ୍ରେସ ଏହି ନିର୍ବାଚନରେ ଏକକ ସଂଖ୍ୟଗରିଷ୍ଠ ଦଳ ଭାବେ ସରକାର ଗଢିଥିଲା। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ହେବା ପରେ ଜନ୍‍ ଅଷ୍ଟିନ୍‍ ହୁବାକ୍‍ ଓଡ଼ିଶାର ପ୍ରଥମ ରାଜ୍ୟପାଳ (ଗଭର୍ଣ୍ଣର) ହୋଇଥିଲେ ଓ ସେ ନିର୍ବାଚନକୁ ପରିଚାଳନା କରିଥିଲେ। ସେ ଏଥିନିମନ୍ତେ ଏକ ୧୭ ସଦସ୍ୟ ବିଶିଷ୍ଟ ଉପଦେଷ୍ଟା ପରିଷଦ ଗଠନ କରିଥିଲେ। ଏହି ପରିଷଦର ସମସ୍ତ ସଦସ୍ୟ ଉଚ୍ଚମଧ୍ୟବିତ ଏବଂ ଜମିଦାର ଶ୍ରେଣୀର ଥିଲେ। ୧୯୩୭ ପ୍ରଥମ ଭାଗରେ ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ୧୯୩୫ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ଘୋର ବିରୋଧ କରିଥିବା କଂଗ୍ରେସ ଶେଷରେ ଓଡ଼ିଶା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଥିଲା। ୧୯୩୬ ଜୁଲାଇ ୧୨ରେ ବ୍ରହ୍ମପୁରଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ବୈଠକରେ ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କରାଯାଇଥିଲା। ସାଂଗଠନିକ ପାରଦର୍ଶିତା ସତ୍ତ୍ବେ ତତ୍କାଳୀନ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ସଭାପତି ନୀଳକଣ୍ଠ ଦାସଙ୍କୁ କେତେକ କଂଗ୍ରେସ ନେତା ବିରୋଧ କରିଥିଲେ। ଏ କ୍ରମରେ ଗୋପବନ୍ଧୁ ଚୌଧୁରୀ ଓ ହରେକୃଷ୍ଣ ମହତାବଙ୍କ ନେତୃତ୍ୱରେ କଂଗ୍ରେସର ଏକ ଗୋଷ୍ଠୀ ନୀଳକଣ୍ଠ ଦାସଙ୍କ ବିରୋଧରେ ଋଣନୀତି ପ୍ରସ୍ତୁତ କରିଥିଲେ। କଂଗ୍ରେସ ବିରୋଧରେ ବ୍ରିଟିଶ ସରକାରଙ୍କ ସମର୍ଥିତ ଗଡ଼ଜାତ ରାଜାଙ୍କ ପକ୍ଷରୁ କନିକା ରାଜା ଏସ୍‍.ଏନ୍‍ ଭଞ୍ଜଦେଓଙ୍କ ନେତୃତ୍ୱରେ ଗଠିତ ମିଳିତ ଦଳ(ୟୁନାଇଟେଡ ପାର୍ଟି), ଖଲିକୋଟ ରାଜା ବାହାଦୁରଙ୍କ ଜାତୀୟ ଦଳ (ନ୍ୟାସନାଲ ପାର୍ଟି), ପାରଳାଖେମୁଣ୍ଡି ମହାରାଜାଙ୍କ ସ୍ୱାଧୀନ ଦଳ (ଇଣ୍ଡିପେଣ୍ଡଣ୍ଟ ପାର୍ଟି ) ନିର୍ବାଚନ ମଇଦାନକୁ ଓହ୍ଲାଇଥିଲା। ୧୯୩୭ ଜାନୁଆରୀ ୧୮ରୁ ୨୩ ମଧ୍ୟରେ ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିଲା। ମୋଟ ୬୦ ଆସନରୁ ୫୬ ଆସନରେ ନିର୍ବାଚନ ହୋଇଥିଲା ଓ ୪ ସଦସ୍ୟଙ୍କୁ ରାଜ୍ୟପାଳ (ଗଭର୍ଣ୍ଣର) ମନୋନୀତ କରିଥିଲେ। ୫୬ ଆସନରୁ ୬ଟି ଅନୁସୂଚିତ ଜାତି ଓ ଜନଜାତି, ୨ଟି ମହିଳା, ୪ଟି ମୁସଲମାନ, ୨ଟି ଜମିଦାର, ଖ୍ରୀଷ୍ଟିଆନ ଏବଂ ବାଣିଜ୍ୟ ସଂଗଠନ (ଟିସିଏଚ୍‍ଡବ୍ଲ୍ୟୁ) ପାଇଁ ଗୋଟିଏ ଲେଖାଏଁ ଆସନ ସଂରକ୍ଷିତ ରହିଥିଲା। ଓଡ଼ିଶାର ୮୨ ଲକ୍ଷ ଲୋକଙ୍କ ମଧ୍ୟରୁ ଚୌକିଦାରୀ ଟିକସ୍‍ ଦେଉଥିବା ମାତ୍ର ୫,୨୦,୫୮୪ ଲକ୍ଷ ଲୋକଙ୍କୁ ଭୋଟଦାନର ଅଧିକାର ମିଳିଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୯୪% ଅର୍ଥାତ ୪,୯୦,୩୮୧ ଭୋଟ ଦାନ କରିଥିଲେ। ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ୧୨୯ ପ୍ରାର୍ଥୀଙ୍କ ମଧ୍ୟରୁ ୭୩ ଜଣ ପରାଜିତ ହୋଇଥିଲେ। ୩୨ ଜଣ ଅମାନତ ହରାଇଥିଲେ। ଏହି ନିର୍ବାଚନରେ କଂଗ୍ରେସ ୩୬, ସ୍ୱାଧୀନ ୧୦ ଏବଂ ଗଡ଼ଜାତ ରାଜାଙ୍କ ଦଳ ୧୦ଟି ଆସନରେ ବିଜୟୀ ହୋଇଥିଲେ। ନିର୍ବାଚନ ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଉତ୍କଳ ପ୍ରଦେଶ କଂଗ୍ରେସ କମିଟିକୁ ମାତ୍ର ୧୦,୦୦୦ ଟଙ୍କା ଦେଇଥିଲା। ନୀଳକାଣ୍ଡ ଦାସଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳନା କରାଯାଇଥିଲା ଓ ପ୍ରଦେଶ କଂଗ୍ରେସ ମାତ୍ର ୮,୦୦୦ ଟଙ୍କା ଖର୍ଚ୍ଚ କରିଥିଲେ। କେତେକ ପ୍ରାର୍ଥୀ ନିର୍ବାଚନୀ ପ୍ରଚାରରେ ୧୦୦ ଟଙ୍କାରୁ ବି କମ୍‍ ଖର୍ଚ୍ଚ କରିଥିଲେ। ନିର୍ବାଚନରେ ଏକକ ସଂଖ୍ୟଗରିଷ୍ଠ ଦଳ ହେବା ପରେ କଂଗ୍ରେସ ସଭାପତି ନୀଳକଣ୍ଠ ଦାସ ପ୍ରଧାନମନ୍ତ୍ରୀ ପଦ ପାଇବାକୁ ଆଶା କରିଥିଲେ। ବିରୋଧୀ ଗୋଷ୍ଠୀ ହରେକୃଷ୍ଣ ମହତାବ ଏବଂ କଂଗ୍ରେସର ଅନ୍ୟ କେତେକ ସଦସ୍ୟ ନୀଳକଣ୍ଠ ଦାସଙ୍କ ବିରୋଧରେ ଚକ୍ରାନ୍ତ କରିଥିଲେ। ନିର୍ବାଚନ ପ୍ରଚାର ସମୟରୁ ସେମାନେ ଏଥିପାଇଁ ଋଣନୀତି ପ୍ରସ୍ତୁତ କରିଥିଲେ। ଫଳରେ ନିର୍ବାଚନ ପରେ କଂଗ୍ରେସ ବିଧାୟକ ଦଳ ବୈଠକରେ ହରେକୃଷ୍ଣ ମହତାବ ଏବଂ ନବକୃଷ୍ଣ ଚୌଧୁରୀଙ୍କ ପ୍ରରୋଚନାରେ ବିଶ୍ୱନାଥ ଦାସଙ୍କୁ ବିଧାୟକ ଦଳ ନେତା ଭାବେ ମନୋନୀତ କରାଯାଇଥିଲା। ସାଂଗଠନିକ ଦକ୍ଷତା ସତ୍ତ୍ବେ ନୀଳକଣ୍ଠ ଦାସ ପ୍ରମୁଖ ନେତାଙ୍କ ସମର୍ଥନ ଲାଭ କରିବାରେ ବିଫଳ ହୋଇଥିଲେ। ୧୯୩୭ ମାର୍ଚ୍ଚ ୨୪ରେ ରାଜ୍ୟପାଳ ସରକାର ଗଠନ ପାଇଁ ବିଶ୍ୱନାଥଙ୍କୁ ଆମନ୍ତ୍ରଣ କରିଥିଲେ। ରାଜ୍ୟପାଳ ସ୍ୱତନ୍ତ୍ର ଅଧିକାର ବଳରେ ମନ୍ତ୍ରୀମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ ନକରିବା ପାଇଁ ବିଶ୍ୱନାଥ ଦାବି କରିଥିଲେ। ରାଜ୍ୟପାଳ ବିଶ୍ୱନାଥଙ୍କ ଦାବିକୁ ଗ୍ରହଣ ନକରିବାରୁ ସେ ସରକାର ଗଠନ କରିନଥିଲେ। ଫଳରେ ୧୯୩୭ ଅପ୍ରେଲ ୧ରେ ଓଡ଼ିଶାରେ ମଧ୍ୟବର୍ତ୍ତୀକାଳୀନ ଅଣକଂଗ୍ରେସ ସରକାର ଗଠନ ହୋଇଥିଲା। ପାରଳାଖେମୁଣ୍ଡି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରଥମ ଓଡ଼ିଶା ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମାନ୍ଧାତା ଗୋରାଚାନ୍ଦ ମିଶ୍ର ଏବଂ ମୌଲବୀ ଲତିଫୁର ରହମାନ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଏହା ବିରୋଧରେ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ରାଜ୍ୟ ବ୍ୟାପୀ ପ୍ରତିବାଦ ସଭା ଏବଂ ଧର୍ମଘଟ କରିଥିଲେ। ଅଣକଂଗ୍ରେସ ସରକାରକୁ ବିରୋଧ କରି ଓଡ଼ିଶାର କଟକରେ ପ୍ରେସ୍‍ ଏବଂ ଦୋକାନ ବଜାର ବନ୍ଦ ରହିଥିଲା। କୃଷ୍ଣ ଚନ୍ଦ୍ର ଗଜପତି ଏକ ଦୃଢ ଅଣକଂଗ୍ରେସ ଦଳ ଗଠନ କରିବାକୁ କାର୍ଯ୍ୟ ଆରମ୍ଭ କରିଥିଲେ। ମାତ୍ର ଅର୍ଥାଭାବ ଯୋର୍ଗୁ ଏହି କାର୍ଯ୍ୟ ଆଗକୁ ବଢିନଥିଲା। କୃଷ୍ଣଚନ୍ଦ୍ର ଗଜପତିଙ୍କ ବିରୋଧରେ ବିଧାନସଭାରେ ଅନସ୍ଥା ପ୍ରସ୍ତାବ ଆଗତ କରିବାକୁ ବିଶ୍ୱନାଥ ରାଜ୍ୟପାଳଙ୍କୁ ଅନୁରୋଧ କରଥିଲେ। ଏଭଳି ଅଣକଂଗ୍ରେସ ସରକାର ମାତ୍ର ୩ ମାସ ତିଷ୍ଟିଥିଲା। ରାଜ୍ୟପାଳ ଏବଂ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଆଲୋଚନା ସଫଳ ହେବାପରେ ଜୁଲାଇରେ କଂଗ୍ରେସ ସରକାର ଗଠନ କରିଥିଲା। କେନ୍ଦ୍ରୀୟ ବଧାନ ପରିଷଦ ସଦସ୍ୟ ହୋଇଥିବା ସତ୍ତ୍ବେ ନୀଳକଣ୍ଠ ଦାସ ବିଧାନସଭା ବିଧାୟକଦଳ ନେତା ପାଇଁ ନିଜ ଦାବି ଉପସ୍ଥାପନ କରିଥିଲେ। ବିଧାନସଭା ସଦସ୍ୟ ହୋଇନଥିବାରୁ ପ୍ରଦେଶ କଂଗ୍ରେସ କମିଟି ଏକ ବୈଠକରେ ନୀଳକଣ୍ଠ ଦାସଙ୍କ ଦାବିକୁ ଅଗ୍ରାହ୍ୟ କରିଦେଇଥିଲା। ଏପଟେ ବିଶ୍ୱନାଥ ଏବଂ ହରେକୃଷ୍ଣଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା ଓ ନୀଳକଣ୍ଠ ଏବଂ ବିଶ୍ୱନାଥଙ୍କ ମଧ୍ୟରେ ସମ୍ପର୍କ ସୁଧିରିବାକୁ ଲାଗିଥିଲା। ନୀଳକଣ୍ଠ ବିଧାୟକ ଦଳ ନେତା ଭାବେ ବିଶ୍ୱନାଥଙ୍କୁ ସମର୍ଥନ ପ୍ରଦାନ କରିଥିଲା ବେଳେ ମହତାବ ନିତ୍ୟାନନ୍ଦ କାନୁନଗୋଙ୍କୁ ତାଙ୍କ ବିରୋଧରେ ଠିଆ କରାଇଥିଲେ। କଂଗ୍ରେସ କନ୍ଦଳରୁ ମଧୁସୂଦନ ଦାସଙ୍କ ଭଳି ନେତା ଅଣଦେଖା ହୋଇଯାଇଥିଲେ। ଶେଷରେ ବିଧାୟକ ଦଳ ବୈଠକରେ ପୁନର୍ବାର ବିଶ୍ୱନାଥ ବିଧାୟକ ଦଳ ନେତା ଭାବେ ମନୋନୀତ ହୋଇଥିଲେ। ୧୯ ଜୁଲାଇ ୧୯୩୭ରେ ବିଶ୍ୱନାଥ ଦାସ ପ୍ରଧାନମନ୍ତ୍ରୀ ନିତ୍ୟାନନ୍ଦ କାନୁନଗୋ ଏବଂ ବୋଧରାମ ଦୁବେ କଂଗ୍ରେସର ଅନ୍ୟ ୨ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୩୭ ଜୁଲାଇ ୨୮ରେ ଓଡ଼ିଶାର ରେଭେନ୍ସା ବିଶ୍ୱବିଦ୍ୟାଳୟର ହେରିଟେଜ ହଲରେ ପ୍ରଥମ ବିଧାନସଭା ଅଧିବେଶନ ବସିଥିଲା।

ବ୍ୟବହୃତ ଉତ୍ସ (References)

1. Amrit Bazar Patrlka, 14 July, 1936.
2. Sumit Ghosh, Orissa in Turmoil, p. 30.
3. Nanda Kishore Das, Mo J1 vanet J am$al a Kahani (Orly a), p. 111 .
4. Amrit Bazar Patrlka, 29 March, 1937.
5. ibid, 2 April, 1937.
6. The SamaJa, 2 April, 1937.
7. R.C. Majumdar, History of Freedom Movement in India, Vol. VIII, p. 561.
8. The Samaja, 14 July, 1937.
9. The Samaja, 21 July, 1937.
10. Orissa Legislative Assembly Proceedings, Vol. I, 1937, p. 60.
11. ibid, p. 1007.
12. Jadunath Mohapatra, Orissa in 1936-37, 38-39, p. 19.
13 Orissa Legislative Assembly Proceedings, Vol. V, 1939, p. 126.
14. Government at Work, 1938-39, p. 9.
15. Lai Mohan Patnaik, Resurrected Orissa, p. 318.
16. Sunlt Ghosh, Orissa in Turmoil, p. 39.
17. Nanda Kishore Das, Mo Jibana JarttQla Kahani, p. 114.
18. Indian Annual Register, 1938, Vol. I, p. 306.
19. Nanda Kishore Das, Mo Jibana Jan.jala Kahani, p. 114.
20. Lai Mohan Patnaik, Resurrected Orissa, p. 86.
21. The Samaj, 2 September, 1937.
22. Orissa Legislative Assembly Proceedings, Vol. I, 2937, p. 1045.
23. ibid, p. 1209.
24. The Samaj, 25 January, 1938.
25. Orissa Legislative Assembly Proceedings, Vol. II, Part II, 1938, p. 198.
26. ibid, p. 526.
27. Orissa Legislative Assembly Proceedings, Vol. II, Part II, 1938, p. 760.
28. The Samaj, 28 June, 1938.
29. Reforms office F. No. 32-4-39, National Archives of India, John Hubback to Lord Linlighgow, 15 July,1939.
30. Indian Annual Register, 1941, Vol. I, p. 37.
31. Orissa Legislative Assembly Proceedings, Vol. I, 1937, p. 1217.
32. Orissa Legislative Assembly Proceedings, Vol. II, Part II, 1938, p. 1393.
33. ibid, Part I, 1938, p. 44.
34. The Samaj, 14 June, 1939-1
35. Orissa Legislative Assembly Proceedings, Vol. IV, 1939, p. 45.
36. Jadunath Mohapatra, Orissa in 1936-37, 1938-39, p. 37.
37. Government of Orissa at work, work of the Congress Ministry from nineteenth July 1938, to 31 March, 1939,p. 15.
38. Orissa Legislative Assembly Proceedings, Vol. I, 1937, p. 54.
39. ibid, p. 157.
40. ibid, Vol. I, 1937, pp. .55-56, Part I.
41. ibid, Vol. IV, 1939, p. 26.
42. K.M. Patra, Orissa Legislature and Freedom Struggle, p. 139.
43. Orissa Legislative Assembly Proceedings, Vol. I, 1937, p. 55.
44. Indian Annual Register, 1938, Vol. II, p. 245.
45. Orissa Legislative Assembly Proceedings, Vol. IV, 1939, p. 10.
46. Lai Mohan Patnalk, Resurrected Orissa, pp. 58-59.
47. The Samaj, 18 July, 1938.
48. Orissa Legislative Assembly Proceedings, Vol. Ill, . 1939, p. 719.
49. Orissa Legislative Assembly Proceedings, Vol. IV, 1939, p. 19.
50. Jadunath Mohapatra, Orissa in 1936-37 to 1938-39, pp. 67-69.
51. The Samaj, 15 January, 1938.
52. Orissa Legislative Assembly Proceedings, Vol. VI, 1939, p. 11.
53. Government at work, 1938-39, p. 11.
54. Brajendra Narayan Patnalk, ’The First Congress Ministry in Orissa’, 1937-39, (An Article).

Leave A Reply