୨୦୨୦ ଅଣ୍ଡର-୧୭ ମହିଳା ବିଶ୍ୱକପ ଆୟୋଜନ କରିବ ଭାରତ

0

ନୂଆଦିଲ୍ଲୀ : ଅଣ୍ଡର-୧୭ ପୁରୁଷ ଫିଫା ବିଶ୍ୱକପର ସଫଳ ଆୟୋଜନ ପରେ ଆଉ ଏକ ବିଶ୍ୱକପ ଆୟୋଜନ କରିବା ପାଇଁ ଭାରତ ଶୁକ୍ରବାର ଦିନ ନିଷ୍ପତ୍ତି ନେଇଛି । ୨୦୨୦ରେ ହେବାକୁ ଥିବା ଅଣ୍ଡର-୧୭ ମହିଳା ଫିଫା ବିଶ୍ୱକପ  ଭାରତ ଆୟୋଜନ କରିବ ବୋଲି ସ୍ପଷ୍ଟ ହୋଇଛି । ଅଣ୍ଡର -୧୭ ପୁରୁଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟର ନିର୍ଦ୍ଦେଶକ ଜେବିୟର ସେଫ ଏହି ଘୋଷଣା କରିବା ପରେ ଏହା ଭାରତ ପାଇଁ ଖୁସି ଖବର ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ଅଣ୍ଡର -୧୭ ମହିଳା ଫିଫା ବିଶ୍ୱକପରେ ସ୍ପେନ ଚାମ୍ପିୟନ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡ ତୃତୀୟ ସ୍ଥାନରେ ଏବଂ କାନାଡା ଚତୁର୍ଥ ସ୍ଥାନରେ ରହିଥିଲା । ପୁରୁଷ ବିଶ୍ୱକପ ପାଇଁ ୟୁରୋପୀୟ ଦେଶର ପ୍ରଭାବୀ ପ୍ରଦର୍ଶନ ରହିଥିବା ବେଳେ ମହିଳା ଅଣ୍ଡର-୧୭ ବିଶ୍ୱକପରେ ଏସିଆର ଦବଦବା ରହିଛି । ଏପର୍ଯ୍ୟନ୍ତ ଏହି ବିଶ୍ୱକପ ୬ ଥର ହୋଇସାରିଛି । ୨୦୦୮ ଓ ୨୦୧୬ରେ ଉତ୍ତର କୋରିଆ, ୨୦୧୦ରେ ଦକ୍ଷିଣ କୋରିଆ ଏବଂ ୨୦୧୪ରେ ଜାପାନ ବିଜୟ ହାସଲ କରିଥିଲା । ଏପର୍ଯ୍ୟନ୍ତ ଭାରତ ଏଥିରେ ଭାଗ ନେଇ ନାହିଁ ।

Leave A Reply