ପୁଲିସ ବଦଳରେ ବାପାଙ୍କ ଶବକୁ ୧୫ କିମି ଟ୍ରଲିରେ ଟାଣି ଡାକ୍ତରଖାନା ନେଲା ପୁଅ

0

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ନର୍ଲା ଥାନା ଅଧିନସ୍ଥ ଉପେର ଗ୍ରାମ ନିକଟରେ ଥିବା ଫ୍ରୈଞ୍ଚା ନଦୀରେ ଗତ ୮ତାରିଖ ଦିନ କର୍ଲାମୁଣ୍ଡା ବ୍ଲକର ବାଞିପଦର ଗ୍ରାମର ମକରରନ୍ଦ ମାଝୀ (୬୫) ଗାଧୋଇବା ସମୟରେ ନଦୀ ରେ ଭାସି ଯାଇଥିଲେ। ଖବର ପାଇ ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଦୀ ଓ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରି ମକରନ୍ଦ ସନ୍ଧାନ ପାଇ ନଥିଲେ । ଗତ ୯ ତାରିଖ ଦିନ ସଂଧ୍ୟା ୬ ଟାରେ ଉଫେର ଗ୍ରାମ ଠାରୁ ୩ କିଲୋମିଟର ଦୂରରେ ନଦୀ ଭିତରେ ମକରନ୍ଦର ଶବ ମଳିଥିଲା । ସୋମବାର ଦିନ ମକରନ୍ଦର ଶବକୁ ୧୫ କିଲୋମିଟର ଦୂର ମଦନପୁରରୁ ରାମପୁର ନେଇ ଶଵ ବ୍ୟବଛେଦ କରିବାକୁ ନେବାପାଇଁ ନର୍ଲା ପୋଲିସ ମୃତ ମକରନ୍ଦର ପୁଅ ଚଞ୍ଚଳ ମାଝୀକୁ ନିର୍ଦ୍ଦେଶ ଦେଇଥିଲେ । ସୋମବାର ଭାରତ ବନ୍ଦ ଯୋଗୁଁ କୌଣସି ଗାଡି ମୋଟର ଶବ ନେବାପାଇଁ ମିଳିନଥିଲା । ଶେଷରେ ବାଧ୍ୟ ହୋଇ ଅନ୍ୟ ଉପାୟ ନପାଇ ପୁଅ ଚଞ୍ଚଳ ମାଝୀ ଓ ତାର ପରିବାର ସଦସ୍ୟ ମକରନ୍ଦର ଶବକୁ ପଲିଥିନରେ ଗୋଡାଇ ଏକ ଟ୍ରଲିରେ ୧୫ କିଲୋମିଟର ଟାଣି ଟାଣି ଏମ୍ . ରାମପରୁ ନେଇ ଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ପାଲିଟିଛି ।

Leave A Reply