ନୃଶଂସ ପୁଅ ; ମାଆକୁ ପିଟିପିଟି ହତ୍ୟା କଲା

0

ଅନୁଗୋଳ : ଅନୁଗୋଳର ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣାକ୍ରମରେ ପୁଅ ନିଜ ମାଆ କୁ ପିଟିପିଟି ହତ୍ୟା କରିଛି।  ଅନୁଗୋଳର ଜରପଡା ଥାନା ଉଗି ଗାଁର ମାହାର ସାହିରେ ଏହି ଅବାନବୀୟ ଘଟଣାଟି ଘଟିଛି । ମୃତ ମହିଳା ଜଣଙ୍କ ହେଲେ ସୁରେଖା ମହାର।

ମଙ୍ଗଳବାର ଦିନ ବେଳ ପୁଅ ରଞ୍ଜନ ମହାର କୋଣସି କଥାକୁ ନେଇ ମାଆକୁ ପିଟିପିଟି ମାରିଦେଇଥିଲା । ଦିନ ସମୟରେ ମା’ ର ଶବକୁ ଘରେ ରଖିଥିଲା । ସନ୍ଧ୍ୟାରେ ଶ୍ମଶାନ କୁ ନେଇ ପୋଡ଼ିଦେଇଥିଲା । ଜରପଡା ପୋଲିସ କୋଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଂଚି  ଅଧା ପେଡା ଶବକୁ ଜବତ କରିଥିଲା ।   ତେବେ ରଞ୍ଜନ ମାହାର ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣା ପଡ଼ିଛି । ଅନୁଗୋଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଁଚି ଜୁଇକୁ ଲିଭାଇଥିଲା । ଅନୁଗୋଳ ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।

Leave A Reply