ଦିନକୁ ୧୫୦ରୁ ଅଧିକଥର ନିଜ ମୋବାଇଲ ଦେଖିଥାନ୍ତି ଭାରତୀୟ

0

ଆଲିଗଡ: ନିକଟରେ ଏକ ସର୍ବେକ୍ଷଣରୁ ଜଣାପଡିଛି ଯେ ଭାରତର ଯୁବକ ଗୋଟିଏ ଦିନରେ ୧୫୦ରୁ ଅଧିକଥର ନିଜର ମୋବାଇଲ ଫୋନ ଦେଖିଥାନ୍ତି। ଆଲିଗଡ ମୁସଲିମ ବିଶ୍ୱବିଦ୍ୟାଳୟ ଏବଂ ଆଇ.ସି.ଏସ୍‍.ଏସ୍‍.ଆରର ମିଳିତ ସହଯୋଗରେ ଏହି ସର୍ଭେ କରାଯାଇଥିଲା। ଯାହାର ବିଷୟ ରହିଥିଲା ଡିଜିଟାଲ ଇଣ୍ଡିଆରେ- ସ୍ମାର୍ଟଫୋନର ବ୍ୟବହାର, ଉପଯୋଗ ଓ ନିର୍ଭରଶୀଳତା। ଏହି ସର୍ଭେରେ ୨୦ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ଅର୍ନ୍ତଭୁକ୍ତ କରାଯାଇଥିଲା। ପ୍ରତ୍ୟକ ବିଶ୍ୱବିଦ୍ୟାଳୟର ୨୦୦ପିଲାଙ୍କୁ ବ୍ୟକ୍ତିଗତ ଭାବେ ସାକ୍ଷାତକାର ଦ୍ୱାରା ଏହି ସର୍ଭେ କରାଯାଇଥିଲା।
ନୂତନ ତଥ୍ୟର ଅନୁସନ୍ଧାନ ଓ ତୁରନ୍ତ ଖବର ଜାଣିବାପାଇଁ ଯୁବପିଢୀ ସ୍ମାର୍ଟଫୋନର ବ୍ୟବହାର କରିଥାନ୍ତି। ଯାହା ସ୍ୱାସ୍ଥ୍ୟ ସହ ପାଠପଢାରେ ବ୍ୟାହାତ ସୃଷ୍ଟି କରୁଛି ବୋଲି ସର୍ଭେରେ କୁହାଯାଇଛି। ମାତ୍ର ୨୬ପ୍ରତିଶତ ଛାତ୍ର କହିଥିଲେ, ଆମେ ଫୋନ କେବଳ କଲ ବା ଯୋଗାଯୋଗ ପାଇଁ ବ୍ୟବହାର କରୁଛୁ। ୧୪ପ୍ରତିଶତ ଛାତ୍ର ଦିନକୁ ୩ ଘଣ୍ଟାରୁ କମ, ଅନ୍ୟ ୬୩ପ୍ରତିଶତ ଛାତ୍ର ଦିନକୁ ୪-୭ଘଣ୍ଟା, ସେହିପରି ଅନ୍ୟ ୨୩ପ୍ରତିଶତ ଦିନକୁ ଆଠ ଘଣ୍ଟାରୁ ଅଧିକ ସମୟ ମୋବାଇଲ ଫୋନ ବ୍ୟବହାର କରିଥାନ୍ତି। ୮୦ପ୍ରତିଶତରୁ ଅଧିକ ଛାତ୍ର ମୋବାଇଲ ଫୋନକୁ କମ୍ପ୍ୟୁଟର ରୂପେ ବ୍ୟବହାର କରୁଛନ୍ତି।

Leave A Reply