୧୪ଶହ ଲିଟର ସ୍ପିରିଟ୍ ଜବତ ; ଜଣେ ଅଟକ

ସୋର: ବାଲେଶ୍ବର ଜିଲା ସୋରରୁ ୧୪ଶହ ଲିଟର ସ୍ପିରିଟ୍ ଜବତ ଜବତ ହୋଇଛି । ସିମୁଳିଆ ଥାନା ଅନ୍ତର୍ଗତ ମାଟିଆ ପଡା ସତ୍ୟରଞ୍ଜନ ପଣ୍ଡୁଆ ଘରୁ ଏହି ସ୍ପିରିଟ୍ ଜବତ ହୋଇଛି । ସତ୍ୟରଞ୍ଜନ ପ୍ଲାଷ୍ଟିକ ଜାରରେ ଏହି ସ୍ପିରିଟ୍ କୁ ରଖିଥିଲା । ୫୦ ଲିଟର ଲେଖାଏଁ ୨୮ଟି ପ୍ଲାଷ୍ଟିକ ଜାର ଅଭିଯୁକ୍ତଙ୍କ ଘରୁ ଜବତ ହୋଇଛି । ଅବକାରୀ ବିଭାଗ କର୍ମଚାରୀ ଅଭିଯୁକ୍ତ ସତ୍ୟରଞ୍ଜନ ଅଟକ ରଖି ପଚରାଉଚରା ଜାରି ରଖିଛି । ସୂଚନାଯୋଗ୍ୟ, କୌଣସି ସୂତ୍ରରୁ ଖବର ପାଇ ମଙ୍ଗଳବାର ରାତିରେ ସୋର ଅବକାରୀ ବିଭାଗ ପକ୍ଷରୁ ଚଢଉ କରାଯାଇଥିଲା।

Comments are closed.