୧୩୦ ବର୍ଷ ତଳର ସୁନ୍ଦରୀ ପ୍ରତିଯୋଗିତା

0

ଆଜିର ସମୟରେ କେବଳ ବିଶ୍ବର ପ୍ରମୁଖ ପ୍ରାନ୍ତ ନୁହେଁ, ବରଂ ଦେଶର ପ୍ରତ୍ୟେକ ସ୍ଥାନରେ ନିୟମିତ ଭାବେ ସୁନ୍ଦରୀ ପ୍ରତିଯୋଗିତ ଅନୁଷ୍ଠିତ ହେଉଛି। କୁନି ଝିଅ, ଯୁବତୀ ଓ ବିବାହିତ ମହିଳାଙ୍କ ମଧ୍ୟରେ ଏଇ ସୁନ୍ଦରୀ ପ୍ରତିଯୋଗିତାର ଲୋକପ୍ରିୟତା ଦିନକୁଦିନ ବଢ଼ିବାରେ ଲାଗିଛି। ତେବେ ଆଜକୁ ୧୩୦ବର୍ଷ ତଳେ ସର୍ବପ୍ରଥମେ ବେଲଜିୟମ୍‌ରେ ସୁନ୍ଦରୀ ପ୍ରତିଯୋଗିତାର ମୂଳଦୁଆ ପଡ଼ିଥିବାର ତଥ୍ୟରୁ ପ୍ରକାଶିତ। ୧୮୮୮ ସେପ୍ଟେମ୍ବର ୧୯ରେ ସ୍ଥାନୀୟ ଲୋକଙ୍କ ମିଳିତ ଚେଷ୍ଟାରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ମହଲରୁ ଏଥି ନିମନ୍ତେ ଅସନ୍ତୋଷ ପ୍ରକାଶ ପାଇଥିଲା, ଯେନତେନ ପ୍ରକାର ପ୍ରତିଯୋଗିତା ଆୟୋଜିତ ହେବା ସହ ଇତିହାସର ପୃଷ୍ଠାରେ ଲିପିବଦ୍ଧ ହୋଇଥିଲା। ୩୫୦ରୁ ଅଧିକ ଯୁବତୀ ଏଥିରେ ଅଂଶଗ୍ରହଣ ପାଇଁ ଆବେଦନ କରିଥିଲାବେଳେ ୨୧ଜଣ ମାତ୍ର ମ​‌େନାନୀତ ହେଲେ। ୭ଦିନ ବ୍ୟାପୀ ଆୟୋଜିତ ଏହି ସୁନ୍ଦରୀ ପ୍ରତିଯୋଗିତାରେ କ୍ୟାରବିଆନ୍‌‌ର ୧୮ ବର୍ଷୀୟା ମାର୍ଥା ସାକରେଟ୍ ସର୍ବଶ୍ରେଷ୍ଠ ସୁନ୍ଦରୀ ମୁକୁଟ ପିନ୍ଧିଥିଲେ।

Leave A Reply