ଡମ୍ପିଂୟାର୍ଡ ବିବାଦ; ୧୩ ଅଟକ

0

ବରଗଡ: ଡମ୍ପିଂୟାର୍ଡ ବିବାଦକୁ କେନ୍ଦ୍ର କରି ଆଜି ପୁଲିସ ଓ ସ୍ଥାନୀୟଲୋକଙ୍କ ମଧ୍ୟରେ ସଂଘର୍ଷ ହୋଇଛି । ଏହା ପରେ ପୁଲିସ ସଂଘ୍ୟାଲଘୁ ସମ୍ପ୍ରଦାୟର ୧୩ ଜଣଙ୍କୁ ଥାନାରେ ଅଟକ ରଖିଛି ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବରଗଡ ପୌରପରିଷଦ ପକ୍ଷରୁ ଡମ୍ପିଂୟାର୍ଡରେ ଅଳିଆ ଆବର୍ଜନା ପକାଯାଉ ଥିବା ବେଳେ ସ୍ଥାନୀୟଲୋକ ଏହାକୁ ବିରୋଧ କରିବା ସହ ଡମ୍ପିଂୟାର୍ଡ ଫାଟକରେ ତାଲା ପକାଇ ଦେଇଥି​‌ଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଉକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା । ଏକ ତ୍ରିପାକ୍ଷିକ ଆଲୋଚନା ପରେ ବରଗଡ ଜିଲାପାଳ ଉକ୍ତ ଅଞ୍ଚଳରୁ ୧୪୪ ଧାରା ଉଠାଇ ଦେଇଥିଲେ । ଆଜି ବରଗଡ ପୁଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତରେ ଡମ୍ପିଂୟାର୍ଡ ଫାଟକ ଖୋଲା ଯିବା ସହ ସେଠାରେ ଆର୍ବଜନା ପକା ଯାଇଥିଲା। ଏହି ସମୟରେ ପୁଣି କିଛି ଲୋକ ଏହାକୁ ବିରୋଧ କରିବା ସହ ମହିଳା ପୁଲିସଙ୍କ ସହ ଧସ୍ତାଧସ୍ତି ହୋଇଥିଲେ । ଏହି ଘଟଣାରେ ପୁଲିସ ସଂଘ୍ୟାଲଘୁ ସମ୍ପ୍ରଦାୟର ୧୨ ଜଣ ମହିଳା ଓ ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଛି ।

Leave A Reply