ଖୁବଶୀଘ୍ର ପରଦାକୁ ଆସିବ ‘ଛବିରାଣୀ’ ହତ୍ୟାକାଣ୍ଡ ଉପରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର

ଭୁବନେଶ୍ବର : ଓଡ଼ିଶାରେ ୮୦ ଦଶକର ଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡକୁ ନେଇ ଏକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯାହାର ନାମ ରଖାଯାଇଛି ‘ଛବିରାଣୀ’।
ଛବିରାଣୀ ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଏବଂ ନିର୍ଦ୍ଦେଶନା ଭାର ବହନ କରୁଛନ୍ତି ବବି ଇସଲାମ । ଏହାସହ ବିଜୟ ମଲ୍ଲ ଏହାର ସଂଳାପ ଲେଖକ । ଏଥିରେ ପ୍ରେମ ଆନନ୍ଦ ସଙ୍ଗୀତ ନିର୍ଦ୍ଦେଶକ ରହିଛନ୍ତି । ତେବେ ୮୦ ଦଶକର ଏହି ଲୋମହର୍ଷଣକାରୀ ଗଣବଳାତ୍କାରଓ ହତ୍ୟାକାଣ୍ଡ ଘଟଣାକୁ ଚଳଚିତ୍ର ତଥା କାଳ୍ପନିକ କାହାଣୀ ଜରିଆରେ ପ୍ରଦର୍ଶିତ କରାଯିବାକୁ ଚଳଚ୍ଚିତ୍ର ନିର୍ମାତା ଲକ୍ଷ୍ୟ ରଖିଛନ୍ତି । ପୂର୍ବରୁ ସିନେମାର ପୋଷ୍ଟର ରିଲିଜ୍ ହୋଇଥିବା ବେଳେ ଖୁବଶୀଘ୍ର ଏହା ପରଦାକୁ ଆସିବାକୁ ଥିବାର ସୂଚନା ମିଳିଛି। ଏହି ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିବେ ଅଭିନେତା ଅମନ୍ ଏବଂ ବଙ୍ଗୀୟ ଅଭିନେତ୍ରୀ ଚନ୍ଦ୍ରାଣୀ। ଏହି ଦୁଇ କଳାକାରଙ୍କ ସହ ଓଲିଉଡ୍ର ଆଗ ଧାଡ଼ିର କଳାକାର ସିନ୍ଧାନ୍ତ ଏବଂ ଅନୁ ଚୌଧୁରୀଙ୍କୁ ମଧ୍ୟ ଅଭିନୟ କରୁଥିବା ଦେଖିବାକୁ ମିଳିବ।

ସେ ସମୟରେ ସେ ସମୟରେ ଛବିରାଣୀ ହତ୍ୟାକାଣ୍ଡ ଘଟଣା ପୂରା ଓଡ଼ିଶାକୁ ସ୍ତବ୍ଧ କରି ଦେଇଥିଲା। ସେତେବେଳେ ଓଡ଼ିଶା ଭଳି ଏକ ରାଜ୍ୟରେ ଜଣେ ସାଧାରଣ ନାରୀ ଗଣ ବଳାତ୍କାରର ଶିକାର ହୋଇଥିଲେ। ସେତେବେଳେ ସେ ଗର୍ଭବତୀ ମଧ୍ୟ ଥିଲେ। ତାଙ୍କ ସ୍ୱାମୀ ସ୍ଥାନୀୟ ଅଞ୍ଚଳରେ ଜଣେ ସାମ୍ବାଦିକ ଭାବେ କାର୍ୟ୍ୟ କରୁଥିଲେ। ସାରା ଦେଶରେ ବି ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ୨୦୦୬ରେ ଯେତେବେଳେ ଏହି ମାମଲାର ଚୂଡ଼ାନ୍ତ ରାୟ ଆସିଲା, ସେତେ ବେଳକୁ ୭ ଜଣ ଆସାମୀଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା।

Comments are closed.