ସୋମବାର ରାଶିଫଳ

0

ମେଷ: ଆତ୍ମୀୟମାନଙ୍କ ସହ ଏକମତ ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେଉଛି, ସତର୍କତାର ସହ ଚଳିବାକୁ ପଡ଼ିବ। ଅଭାବ ଅନଟନର ସମ୍ମୁଖୀନ ହୋଇପାରନ୍ତି। ଯଶସ୍ବୀ ହେବେ। ଉପଯୁକ୍ତ କର୍ମାନୁରକ୍ତ ହେବେ।
ବୃଷ: ଭୟ ଓ ଆଶା, ଆଶଙ୍କା ମଧ୍ୟ ଦେଇ ଗତି କରୁଥିବାବେଳେ କିଛି ସମୟ ପାଇଁ ଅଟକି ରହିବାକୁ ପଡ଼ିବ। ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତିର ସୁଯୋଗ ଅଛି। ପରୋପକାରାୟ ସ୍ବର୍ଗାୟ ନୀତି ଅବଲମ୍ବନ କରି ପାରନ୍ତି।
ମିଥୁନ: ଶିକ୍ଷା ଓ ଅଭିଜ୍ଞତା ବୃଦ୍ଧି ହୋଇପାରେ। ଦରକାରୀ ଦ୍ରବ୍ୟ କ୍ରୟ କରିପାରନ୍ତି। ସୁଖାଦ୍ୟ ମିଳିବ। ମନ ପ୍ରଫୁଲ୍ଲ ରହିବ। କୁଶଳ ସମାଚାର ପାଇ ଉଦ୍‌ବୁଦ୍ଧ ହେବେ। ବୁଦ୍ଧିମାନ୍‌ ହେବେ। ଉତ୍ତମ ବନ୍ଧୁଙ୍କ ସହାୟତା ପାଇବେ। ପାରଙ୍ଗମ ହେବେ।
କର୍କଟ: ଅଯଥାରେ ଅପବ୍ୟୟ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ। ଚିନ୍ତାଧାରା ସତ୍‌ପଥଗାମୀ ଓ ଉତ୍ତମମାନର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉନ୍ନତି ପଥରେ ଆଗକୁ ବଢ଼ିବେ। ଅର୍ଥ ମିଳିବ।
ସିଂହ: ସତ୍‌ସଙ୍ଗୀ ହେବେ। କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଆନନ୍ଦ ଉଲ୍ଲାସ ଲାଗି ରହିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ।
କନ୍ୟା: ପରିହାସରୁ ଦ୍ବନ୍ଦ୍ବ ଉପୁଜି ପାରେ। ମନରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବ। ଶତ୍ରୁ ଦମନ କରିପାରନ୍ତି। ଦାତା, ଭୋକ୍ତା, ଗୁଣବାନ୍‌, ଧନୀ ଓ ମାନୀ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଯାନବାହନରେ ସତର୍କ ରହିବେ।
ତୁଳା: ମିତ୍ର ଲାଭର ସୁଯୋଗ ସୃଷ୍ଟି ହୋଇଛି। ପାରିବାରିକ ସୁଖ ମିଳିବ। ବିଭିନ୍ନ ସ୍ତରରେ ଉପକୃତ ହେବେ। ଶୁଭ ଖବର ପାଇ ପରମ ଶାନ୍ତି ଲାଭ କରିବେ। ସର୍ବ ସୁଖ ଆଶା କରାଯାଏ। ଧନ-ଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହୋଇପାରେ।
ବିଛା: ବିଳାଶ ଦ୍ରବ୍ୟ ମିଳିପାରେ। ଶତ୍ରୁମାନଙ୍କ ଉପରେ ନଜର ରଖିବାକୁ ପଡ଼ିବ। ବିଭିନ୍ନ ସ୍ତରରେ ଲାଭବାନ ହେବେ। ମାନସିକ ଶାନ୍ତି ଫେରି ପାଇବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଉପୁଜି ଥିବା ସମସ୍ତ ଅସୁବିଧା ବିନାକ୍ଳେଶରେ ଦୂର ହେବ।
ଧନୁ: ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମୟ ଉପସ୍ଥିତ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। କର୍ମ ତତ୍ପରତା ପ୍ରକାଶ ପାଇବ। ହର୍ଷ-ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦେବଦର୍ଶନ କରିବେ।
ମକର: ସତର୍କତାର ବିପଦ-ଆପଦରୁ ରକ୍ଷା ମିଳି ଯିବ। ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି। ବହୁ ସମସ୍ୟା ମଧ୍ୟ ଦେଇ ଗତି କରିପାରନ୍ତି। ସଫଳତା ମିଳିବ ବହୁ କଷ୍ଟରେ। ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟାଇ ପାରନ୍ତି।
କୁମ୍ଭ: ଭିନ୍ନ ଭିନ୍ନ ସ୍ତରରେ ସମ୍ମାନିତ ହୋଇପାରନ୍ତି। ପାରିବାରିକ ସୁଖ-ସମୃଦ୍ଧି ରହିଛି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। କଥାରେ ବିନୟ ଭାବ ପ୍ରକାଶ ପାଇବ। ଶତ୍ରୁନାଶ, ଧନଭୋଗ ଓ ଐଶ୍ବର୍ଯ୍ୟପ୍ରାପ୍ତିର ରହିଛି।
ମୀନ: ପାରିବାରିକ ଜୀବନରେ ସୁଖ, ଶାନ୍ତି ମିଳିପାରେ। ସ୍ଥାନେ ସ୍ଥାନେ ଅନାଦର ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଚିନ୍ତାଧାରା ଉଚ୍ଚମାନର ହେବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ସତର୍କ ରହିଲେ ବହୁ ବିପଦକୁ ଟାଳି ପାରନ୍ତି।

Leave A Reply