ମଙ୍ଗଳବାର ରାଶିଫଳ

0

ମେଷ: କ’ଣ କରିବେ ହଠାତ୍‌ କିଛି ସ୍ଥିର କରିପାରିବେ ନାହିଁ। କାର୍ଯ୍ୟରେ ବାଧା ଉପୁଜି ପାରେ। ନିଜ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ଚତୁରତା ପ୍ରକାଶ ପାଇବ। ଉତ୍ତମ ଖାଦ୍ୟ ପାଇ ସନ୍ତୁଷ୍ଟ ହେବେ। ରୋଜଗାର ବୃଦ୍ଧି ପାଇବ।
ବୃଷ: ଗୃହରେ ଭେଦଭାବ ଜାତ ହୋଇପାରେ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଭୋଗ-ବିଳାସରେ ସମୟ ଅତିବାହିତ କରିବେ। ଧନ ଅର୍ଜନରେ ପାରଙ୍ଗମ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ପୁତ୍ର ସୁଖ ମିଳି ପାରେ।
ମିଥୁନ: କର୍ମକ୍ଷେତ୍ରରେ ସଫଳତା ଲାଭ କରିବେ। ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଚିନ୍ତାଧାରା ବିକ୍ଷିପ୍ତ ହେବ। ବିରକ୍ତି ପ୍ରକାଶିତ ହେବ। ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ କରିବେ। ଶ୍ରେଷ୍ଠ ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହେବେ।
କର୍କଟ: ଶତ୍ରୁ ସହିତ ମୁହାଁମୁହିଁ ହୋଇପାରନ୍ତି। ସ୍ବଳ୍ପ ପରିମାଣର ଆୟ ହେବ। କାର୍ଯ୍ୟର ସଫଳ ରୂପାୟନ କରି ଗର୍ବିତ ହୋଇପାରନ୍ତି। ସର୍ବଦା ନମ୍ର ଓ ବିନୟ ଭାବ ପ୍ରକାଶ କରିବେ। ଶତ୍ରୁକୁ ପରାସ୍ତ କରି ମାନସିକ ଶାନ୍ତି ଫେରି ପାଇବେ।
ସିଂହ: ଗୃହରୁ ଆନନ୍ଦ ପାଇବେ। କର୍ମ ଚଞ୍ଚଳ ରହିପାରନ୍ତି। ପ୍ରୀତି ଲାଭ କରିପାରନ୍ତି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ପୁତ୍ର ଲାଭ ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବ୍ୟବସାୟ ଲାଭଜନକ ହେବ। ସରକାରୀ ମାନ୍ୟତା ମିଳିବ।
କନ୍ୟା: ଦାନ-ଧର୍ମରେ ଦୀକ୍ଷିତ ହେବେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଗୁଣବାନ୍‌ ହେବେ। ସତ୍‌ପଥଗାମୀ ହେବେ। ଶତ୍ରୁ ବଂଶୀୟ କନ୍ୟାର ପାଣି ଗ୍ରହଣ କରିପାରନ୍ତି। ସୁବର୍ଣ୍ଣ ସଂପଦ ମିଳିପାରେ। ଦେବ ତୁଲ୍ୟ ପୂଜନୀୟ ହେବେ।
ତୁଳା: ଅଧିକ ଦାୟିତ୍ବ ବହନ କରିପାରନ୍ତି। ମନରେ ଭୟର ସଞ୍ଚାର ହୋଇପାରେ। ମିତ୍ର, କ୍ଷେତ୍ର, ଗ୍ରାମ, ଉତ୍ତମ ବାହାନ ଆଦି ସୁଖ ଉପଭୋଗ କରିପାରନ୍ତି। ଦେବପୂଜା ନିରତ ହୁଏ। ନିତ୍ୟାନନ୍ଦ ଭୋଗ କରି ଆତ୍ମସନ୍ତୋଷ ଲାଭ କରିବେ।
ବିଛା: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ଘାତଚନ୍ଦ୍ର ଓ ଅଷ୍ଟମଚନ୍ଦ୍ର ଏକତ୍ର ଭୋଗ ହେଉଥିବା ପ୍ରତିପାଦରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ସୁକୁମାର ରୂପର ଅଧିକାରୀ ହେବେ। କାର୍ଯ୍ୟରେ ସୁନାମ ଅର୍ଜନ କରିବେ।
ଧନୁ: ଅପ୍ରିୟ ପରିସ୍ଥିତିରେ ପଡ଼ି ପାରନ୍ତି। ଆର୍ଥିକ ସ୍ବଚ୍ଛଳତା ଦେବ। କର୍ମ ତତ୍ପରତା ପ୍ରକାଶ ପାଇବ। ହସ-ଖୁସିରେ ଦିନଟି ଅତିବାହିତ କରିପାରନ୍ତି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦେଶ ଦର୍ଶନ କରି ପରମ ଶାନ୍ତି ଲାଭ କରିବେ।
ମକର: ଅବାଞ୍ଛିତ ଘଟଣା ଘଟିପାରେ। ଲୋକ ସଂପର୍କ ବୃଦ୍ଧି ପାଇବ। ଦିନଟି ସମସ୍ୟା ବହୁଳ ହୋଇପାରେ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନସହ ସରକାରୀ ଧନ ମିଳିପାରେ।
କୁମ୍ଭ: ବିଭିନ୍ନ ସ୍ତରରୁ ବହୁ ସହଯୋଗ ମିଳିବା ଆଶାକରାଯାଏ। ଆଲୋଚନାରେ ଅଂଶ ଗ୍ରହଣ କରି ବିଜୟବାନା ଉଡ଼ାଇ ପାରନ୍ତି। ପିତୃଭକ୍ତିଯୁକ୍ତ ହେବେ। ସତ୍ୟମାର୍ଗର ପଥିକ ହେବେ। ତ୍ୟାଗଶୀଳ ଓ ନୀଷ୍ଠ ହୋଇପାରନ୍ତି। ସୁଖ ମିଳିବ।
ମୀନ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ଚିନ୍ତାଧାରା ମହତ ହୋଇପାରେ। ଉପଯୁକ୍ତ ପରାମର୍ଶଦାତା ହେବେ। ସୁକୃତୀ ସମ୍ପନ୍ନ ହୋଇପାରନ୍ତି। ସକଳ ଶାସ୍ତ୍ରଜ୍ଞତା ହେବେ।

Leave A Reply