ଜାମ୍ମୁ କାଶ୍ମୀରବାସୀଙ୍କୁ ୧୧ଲକ୍ଷ ୩୫ ହଜାର ସ୍ୱାସ୍ଥ୍ୟ କାର୍ଡ ଜାରି

ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ୧୧ଲକ୍ଷ ୩୫ ହଜାର ଗୋଲ୍‍ଡେନ କାର୍ଡ ଜାରି କରାଯାଇଛି। ମୋଟ୍‍ ୩୧ଲକ୍ଷ ଗୋଲ୍‍ଡେନ କାର୍ଡ ଜାରି କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଯାହା ସାରା ଦେଶରେ ସର୍ବାଧିକ। ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଜାମ୍ମୁଠାରେ ସ୍ୱାସ୍ଥ୍ୟ ଓ ଡାକ୍ତରୀ ଶିକ୍ଷା କ୍ଷେତ୍ରର ଏକ ସମୀକ୍ଷା ବୈଠକରେ ଏ ବିଷୟ ପ୍ରକାଶ କରିଛନ୍ତି।

ସ୍ୱାସ୍ଥ୍ୟସେବା ମୌଳିକ ଢ଼ାଞ୍ଚା କ୍ଷେତ୍ରକୁ ସୁଦୃଢ଼ କରିବାକୁ ଗୁରୁତ୍ୱଆରୋପ କରି ମେଡି-ସିଟିଜ୍‍, ୧୦୨ ଓ ୧୦୮ ଆମ୍ବୁଲାନ୍ସ ସେବାର କାର୍ଯ୍ୟକାରିତା, ଡାକ୍ତରୀ ବର୍ଜ୍ୟବସ୍ତୁର ଉପଯୁକ୍ତ ପରିଚାଳନା ଓ ଜାତୀୟ ଟୀକାକରଣ ଅଭିଯାନରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ ପ୍ରତି ସେ ଗୁରୁତ୍ୱାରୋପ କରିଛନ୍ତି।

Comments are closed.