ଯାଜପୁରରେ ୧୦୯ କୋଟି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0

ଯାଜପୁର : ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଗସ୍ତରେ ଯାଇ ୧୦୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ୫ଟି ପ୍ରକଳ୍ପ ଉଦଘାଟନ କରିଥିବା ବେଳେ ୪୩ କୋଟି ୪୯ ଲକ୍ଷ ଟଙ୍କାର ୮ଟି ପ୍ରକାଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏପ୍ରିଲ୍‌ ୨ ସୁଦ୍ଧ ‘କାଳିଆ ଯୋଜନା’ର ଦ୍ୱିତୀୟ କିସ୍ତି ଟଙ୍କା ଚାଷୀଙ୍କ ଖାତାକୁ ଯିବ ବୋଲି ଜନସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବଡ଼ଚଣା-ବାଲିଚନ୍ଦ୍ରପୁର ରାସ୍ତାର ବଡ଼ଗେଙ୍ଗୁଟି ନଦୀ ଉପରେ ହାଇଲେଭଲ୍‌ ସେତୁ ଏବଂ ସୁକଦେଇପୁର-ଡିହକରଣ୍ଡା ରାସ୍ତାରେ ସାନଗେଙ୍ଗୁଟି ନଦୀ ଉପରେ ହାଇଲେଭଲ ସେତୁ ମୁଖ୍ୟମନ୍ତ୍ରୀ ଦ୍ବାରା ଉଦଘାଟିତ ହୋଇଛି । ଏହା ସହ ବାଇଶିମୌଜା ଧନଞ୍ଜୟ ବିଦ୍ୟାପୀଠର ୧୦୦ ସିଟ୍‌ ବିଶିଷ୍ଟ ଅନୁସୂଚିତ ଜନଜାତି ଓ ଜାତି ହଷ୍ଟେଲ୍‌, ବଡ଼ଚଣା ସ୍ୱାଧୀନତା ସଂଗ୍ରାମୀ ସ୍ମୃତିସ୍ତମ୍ଭ ଓ ଚଣ୍ଡିଖୋଲ ଠାରେ ଜିଲ୍ଲା ଅଡିଟ୍‌ କାର୍ୟ୍ୟାଳୟ ଆଦି ମୁଖ୍ୟମନ୍ତ୍ରୀ ଶୁଭ ଉଦଘାଟନ କରିଛନ୍ତି । ଏତତ୍ ବ୍ୟତୀତ ମୁଖ୍ୟମନ୍ତ୍ରୀ ବନ୍ଦାଳୋ-ଏଣ୍ଡରପଡ଼ା ରାସ୍ତାର ଉନ୍ନତିକରଣ, ଲଳିତଗିରି-ଉଦୟଗିରି-ରତ୍ନଗିରି ରାସ୍ତାର ଉନ୍ନତିକରଣ, ସାନଗେଙ୍ଗୁଟି ନଦୀବନ୍ଧ ସୁରକ୍ଷା ପ୍ରକଳ୍ପ, ବାଲିଚନ୍ଦ୍ରପୁର ଗ୍ରିଡ୍‌ ସବ୍‌ଷ୍ଟେସନ୍‌, ଭୁବନପୁର-ଜଗନ୍ନାଥପୁର ରାସ୍ତା ସାନଗେଙ୍ଗୁଟି ନଦୀ ହାଇଲେଭଲ୍‌ ସେତୁ ଆଦି ୪୩ କୋଟି ୪୯ ଲକ୍ଷ ଟଙ୍କାର ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Leave A Reply