ଧାମରାରୁ ୧୦୮ ଆମ୍ବୁଲାନ୍ସ ଉଭାନ

0

ଧାମରା: ଧାମରା ଅଂଚଳରୁ ଦୀର୍ଘ ୪୫ ଦିନ ହେବ ୧୦୮ ଆମ୍ବୁଲାନ୍ସ ଗାଡି ଉଭାନ ହୋଇଯାଇଛି । ଧାମରାର ଅନେକ ନଦୀ ନାଳ ରହିଛି । ଏହି ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର କୌଣସି ସୁବିଧା ନାହିଁ । । ୫୦ କିଲୋମିଟର ଦୂରରେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି । ୧୦୮ ଆମ୍ବୁଲାନ୍ସ ନ ଥିବାରୁ ଏଠାକାର ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ପାଇଁ ବେସରକାରୀ ଗାଡି ପ୍ରାୟ ୧୫ ଶହ ଟଙ୍କା ଦାବି କରୁଛନ୍ତି ।
ଆମ୍ବୁଲାନ୍ସ ନ ଥିବା ଯୋଗୁଁ ୨ ଜଣ ରୋଗୀ ପ୍ରାଣ ହରାଇଥିବା ଅଭିଯୋଗ ହେଲାଣି । ୪୫ ଦିନ ହେବ ଆମ୍ବୁଲାନ୍ସ ତିଆରି ହେବାକୁ ଯାଇଥିବା ବେଳେ ଆଉ ତିଆରି ହୋଇ ଫେରି ନାହିଁ ।
ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ୧୦୮ ଆମ୍ବୁଲାନ୍ସ ମରାମତି କରାଯାଉଥିବା ସୂଚନା ଦେଇଛନ୍ତି । ମାତ୍ର ନିୟମ ଅନୁସାରେ ଗୋଟିଏ ଆମ୍ବୁଲାନ୍ସ ଖରାପ ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ମରାମତି ହେବା ପାଇଁ ଲାଗୁଥିଲେ , ସେହି ସ୍ଥାନରେ ଅନ୍ୟ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ । ହେଲେ ଏଠାରେ ସବୁ ନିୟମକୁ ଫୁଃ କରି ଦିଆଯାଇଛି । ହଇରାଣ ହେଉଛନ୍ତି ରୋଗୀ ଓ ଏମାନଙ୍କ ସମ୍ପର୍କୀୟ। ଖୁବଶୀଘ୍ର ଆମ୍ବୁଲାନ୍ସ ଯୋଗାଇ ଦେବା ପାଇଁ ଦାବି ହେଉଛି ।

Leave A Reply