୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ, ରୋଗୀଙ୍କ ସହ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ମୃତ

0

ଯାଜପୁର:ଯାଜପୁର ବଡ଼ଚଣା ଥାନା ବନ୍ଦାଳ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ଥ ହୋଇଥିବା ବେଳେ ଏହି ଦୁର୍ଘଟଣା ରେ ରୋଗୀ ସହ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟଙ୍କର ମୃତ୍ୟୁ ହୋଇଥିଲା ।ମୃତ ଆଟେଣ୍ଡାଣ୍ଟ ହେଲେ ପ୍ରୀତିପୁର ଅଂଚଳର ରଞ୍ଜିତ କୁମାର ମଲ୍ଲିକ । ମୃତକ ଆଟେଣ୍ଡାଣ୍ଟଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଯାଜପୁର ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ସାମ୍ନା ରାସ୍ତାରେ ଶବ ରଖି ରାସ୍ତାରୋକ କରାଯାଇଛି।

ସେପଟେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲରେ ଆଇସିୟୁ ରେ ଭର୍ତି ହୋଇଥିବା ସୂଚନା ମିଳିଛି । ଗୁରୁତର ଡ୍ରାଇଭର ହେଲେ ଯାଜପୁର କଳିଆପାଣି ଅଞ୍ଚଳର ଗଗନ କୁମାର ମହନ୍ତ । ଓଭର ଟାଇମ କାର୍ୟ୍ୟଭାର ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ଲଦା ଯାଉଥିବାରୁ ଏପରି ଦୁର୍ଘଟଣା ବାରମ୍ବାର ହେଉଥିବା ଆମ୍ବୁଲାନ୍ସ କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି ।

Leave A Reply