୧୦୭ ଟିଏମ୍‌ସି , ସିପିଏମ୍‌ କଂଗ୍ରେସ ବିଧାୟକ ବିଜେପିରେ ମିଶିବେ – ମୁକୁଳ ରୟ

କୋଲକାତା .- ତୃଣ ମୂଳ କଂଗ୍ରେସର ଅନେକ ବିଧାୟକ ଓ ନେତା ଗତ ସାଧାରଣ ନିର୍ବାଚନ ପରେ ବିଜେପି ମୁହାଁ ହୋଇଛନ୍ତି। ଏକଦା ମମତାଙ୍କ ପାଖ ଲୋକ ଥିବା ମୁକୁଳ ରୟ ବିଜେପିରେ ଯୋଗ ଦେବା ପରେ ସେ ପଶ୍ଚିମବଙ୍ଗରେ ବିଜେପି ପାଇଁ ପୁରାଦମ୍‌ରେ କାମ ଆରମ୍ଭ କରିଛନ୍ତି। ସାଧାରଣ ନିର୍ବାଚନରେ ପଶ୍ଚମବଙ୍ଗରେ ବିଜେପିକୁ ଭଲ ସଫଳତା ମିଳିଛି । ଏହାପରେ ତୃଣମୂଳ କଂଗ୍ରେସର କିଛି ବିଧାୟକ ବିଜେପିରେ ଯୋଗ ଦେଇଛନ୍ତି । ଏବେ ବି ତୃଣମୂଳ କଂଗ୍ରେସ, ସପିଆଇ ଓ କଂଗ୍ରେର ୧୦୭ ଜଣ ବିଧାୟକ ବିଜେପିରେ ଯୋଗ ଦେବା ପାଇଁ ତାଙ୍କ ସମ୍ପର୍କରେ ଅଛନ୍ତି । ବୋଲି ମୁକୁଳ ରୟ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ସୂଚନା ଦେଇଛନ୍ତି । ବିଜେପି ଏହି ବିଧାୟକ ମାନଙ୍କର ଏକ ତାଲିକା ପ୍ରସ୍ତୁତ କରିଛି । ଗୋଆରେ ୧୦ ଜଣ ବିଧାୟକ ବିଜେପିରେ ଯୋଗଦେଇଥିଲେ । ବିଜପିରେ ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପସ୍ଥିତରେ ବିଧାୟକମାନେ ବିଜେପିରେ ସାମିଲ ହୋଇଥିଲେ ।

Comments are closed.