ହନୁମାନଙ୍କ ଭଳି ହେଉ ଅନୁସନ୍ଧାନମୂଳକ ସାମ୍ବାଦିକତା : ରାଜ୍ୟପାଳ

ଗୋପବନ୍ଧୁଙ୍କ ଆଦର୍ଶ ‘ସମାଜ’କୁ କରିଛି ଅଧିକ ସତ୍ୟନିଷ୍ଠ ଓ ନିରପେକ୍ଷ

କଟକ : ଦେଶର ସୃଷ୍ଟି, ସମଷ୍ଟି ଓ ପରମେଷ୍ଟି ମଧ୍ୟରେ ରହିଛି ଅଦ୍ଭୁତ ସମନ୍ବୟ। ବିଜ୍ଞାନ, ପ୍ରକୃତି ଓ ଈଶ୍ବରଙ୍କ ମହାନ ସମ୍ମେଳନର ଏହି ରାଜ୍ୟ ଓଡ଼ିଶା ଓ ଓଡ଼ିଆ ଜାତିର ପ୍ରାଣତନ୍ତ୍ରରେ ରହିଛି କଳା, ସାହିତ୍ୟ, ଭାଷା ଓ ଐତିହ୍ୟ। ଓଡ଼ିଶାର ଖବର କାଗଜ ରୂପେ ‘ସମାଜ’ର ଗତି ଅତ୍ୟନ୍ତ ପ୍ରଶଂସନୀୟ। ‘ସମାଜ’ ଏଭଳି ଏକ ଖବରକାଗଜ ଯାହା ଗୋପବନ୍ଧୁଙ୍କ ଚରଣଚିହ୍ନକୁ ପାଥେୟ କରି ଆଗେଇ ଚାଲିଛି। ଓଡ଼ିଶାରେ ଏଭଳି କୌଣସି ସାହିତ୍ୟ, ସଂସ୍କୃତି ଓ ଗଣମାଧ୍ୟମ ନାହିଁ ଯେଉଁଠି ଗୋପବନ୍ଧୁ, ମଧୁସୂଦନ ଦାସ ଓ ବକ୍ସି ଜଗବନ୍ଧୁଙ୍କ ବିଚାରଧାରା ଆଗକୁ ନ ବଢିଛି। ‘ମୁଁ ସବୁଦିନ ‘ସମାଜ’ ପଢେ। ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିଷ୍ଠିତ ‘ସମାଜ’ ଗଣମାଧ୍ୟମର ଭୂମିକାକୁ ଅତି ଦାୟିତ୍ବବାନ ରୂପେ ତୁଲାଉଛି। ଉତ୍କଳଜନନୀଙ୍କ ଗୌରବମୟୀ ଓଡ଼ିଆ ଜାତିର ପ୍ରାଣତନ୍ତ୍ରରେ
ଏହା ରହିଛି ବୋଲି କହିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।
‘ସମାଜ’ ଶତବାର୍ଷିକୀ ସମାରୋହର ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥିଭାବେ ଯୋଗଦେଇ ସେ କହିଲେ, ଛାପା, ବୈଦ୍ୟୁତିକ ଗଣମାଧ୍ୟମ ସବୁ ନାରଦଙ୍କଠାରୁ ଅନେକ କିଛି ଶିକ୍ଷାଲାଭ କରିବା ଜରୁରୀ। ଆଜିକାଲି ‘ଟ୍ୟାମ୍ପର ଜର୍ଣ୍ଣାଲିଜିମ୍‌’ରୁ ଗଣମାଧ୍ୟମ ପ୍ରତିନିଧି ଓ ସଂସ୍ଥା ଗୁଡିକ ଦୂରେଇ ରହିବାକୁ ପଡିବ। ନାରଦ ହେଉଛନ୍ତି ଆମ ସଂସ୍କୃତିର ଶ୍ରେଷ୍ଠ ସାମ୍ବାଦିକ। ନାରଦଙ୍କ ପ୍ରବେଶ ରାଜ ଦରବାରଠାରୁ ରାଣୀହଂସପୁର ପର୍ଯ୍ୟନ୍ତ ଥିଲା। ନାରଦ ଆସିଲେ ଯେ କେହି ଭାବୁଥିଲେ ସେ ଏକ ଭଲ ଖବର ନେଇ ଆସିବେ। ନା ସେ କେଉଁ ପକ୍ଷକୁ ଅଧିକ ଗୁରୁତ୍ବ ଦେବେ ନା କେଉଁ ପକ୍ଷକୁ କମ୍‌। ଅର୍ଥାତ୍ ଅତ୍ୟନ୍ତ ନିଷ୍ପକ୍ଷ ଓ ନିରପେକ୍ଷ ଥିଲା ତାଙ୍କ ସୂଚନା ପ୍ରଦାନର ଶୈଳୀ। ସତ୍ୟ ଓ ତଥ୍ୟକୁ ଗୁରୁତ୍ବ ଦେଇ ହନୁମାନଙ୍କ ଭଳି ଅନୁସନ୍ଧାନମୁଳକ ସାମ୍ବାଦିକତା କଲେ ଗଣମାଧ୍ୟମ ତା’ର ବିଶ୍ବାସ ଓ ନିରପେକ୍ଷତା ଜନତାଙ୍କ ନିକଟରେ ବଜାୟ ରଖିପାରିବ। ଆଉ, ଆଜିର ଗଣମାଧ୍ୟମ ଯୁଗରେ ଏଭଳି ନିରପେକ୍ଷତାକୁ ବଜାୟ ରଖିଛି ‘ସମାଜ’। ଗୋପବନ୍ଧୁଙ୍କ ଆଦର୍ଶରେ ଏହା ପରିଚାଳିତ ହୋଇ ଅତିକ୍ରମ କରୁଛି ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ। ‘ସିରିନିଟି, ସେନସିଟିଭିଟି ଓ ସବ୍‌ଲାଇମ୍‌’କୁ ସମାଜରେ ବଞ୍ଚାଇ ରଖି ଖବର ପରିବେଷଣ କରି ‘ସମାଜ’।
ଏହା ଅନ୍ୟମାନଙ୍କ ଲାଗି ଧ୍ୟେୟ ହେବା ଜରୁରୀ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପରାମର୍ଶ ଦେଇଛନ୍ତି।
ହନୁ

Comments are closed.