ସାଧାରଣବର୍ଗ ଗରିବଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ବିଲକୁ  ରାଷ୍ଟ୍ରପତିଙ୍କ ଅନୁମୋଦନ

0

ନୂଆଦିଲ୍ଲୀ : ସାଧାରଣବର୍ଗ ଗରିବଙ୍କ ପାଇଁ ୧୦% ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ୧୨୪ତମ ସମ୍ବିଧାନ ସଂଶୋଧନ ବିଲକୁ  ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ଲୋକସଭା​‌ ଓ ରାଜ୍ୟସଭାରେ ଏହି ବିଲ୍ ଗୃହତି  ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା।‌  ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶନିବାର ବିଲକୁ ମଞ୍ଜୁରି ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ ବୁଧବାର ଦିନ ରାଜ୍ୟସଭାରେ ଏହି ବିଲ୍ ଗୃହୀତ ହୋଇଥିଲା। ଏହା ସପକ୍ଷରେ ୧୬୫ ଓ ବିପକ୍ଷରେ ୭ଟି ଭୋଟ ମିଳିଥିଲା। ସେହିପରି ମଙ୍ଗଳବାର ଲୋକସଭାରେ ଏହି ସମ୍ବିଧାନ ସଂଶୋଧନ ବିଲ୍ ସପକ୍ଷରେ ୩୨୩ ଭୋଟ୍ ମିଳିଥିବା ବେଳେ ବିପକ୍ଷରେ ମାତ୍ର ୩ଟି ଭୋଟ୍ ମିଳିଥିଲା ।

 

Leave A Reply