ବିହାର: ବଜ୍ରପାତରେ ୧୮ ମୃତ, ଗଛ ପଡ଼ି ୧୦ ଆହତ

0

ପାଟନା : ବିହାରରେ ମୂଷଳ ଧାରାରେ ବର୍ଷା ଲାଗି ରହିଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ବଜ୍ରପାତରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ରାଜଧାନୀ ପାଟନାରେ ମଙ୍ଗଳବାର ରାତିରେ ଏକ ଗଛ ଉପୁଡି ପୁଲିସ୍‍ କର୍ମୀଙ୍କ ଟେଣ୍ଟ ଉପରେ ପଡ଼ିବାରୁ ୧୦ ଜଣ ପୁଲିସ୍‍ କର୍ମୀ ଆହତ ହୋଇଛନ୍ତି। ଏହି ଟେଣ୍ଟ ପୁଲିସ୍‍ ଲାଇନସ୍ଥିତ ଶସ୍ତ୍ରାଗାର ନିକଟକୁ ଲାଗି ରହିଥିଲା ଓ ଏଥିରେ ପୁଲିସ କର୍ମୀ ରହିଥିଲେ। ଆହତଙ୍କୁ ପିଏମସିଏଚ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପାଟନାରେ ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁଁ ପାଟନାର ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହିଛି। ବିହାର ବିପର୍ଯ୍ୟୟ ପ୍ରଶମନ ବିଭାଗର ସୂଚନା ଅନୁସାରେ ବଜ୍ରପାତରେ ଗୟା ଏବଂ କୈମୁର ଜିଲାରେ ୩ ଜଣ ଲେଖାଏଁ, ପୂର୍ବ ଚମ୍ପାରଣ, ସିଭାନ, ଭୋଜପୁର, ଅରୱଲ ଏବଂ ପାଟନାରେ ୨ ଜଣ ଲେଖାଏଁ, କଟିହାର ଏବଂ ଜହାନାବାଦ ଜିଲାରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀ ପାଟନାରେ ୯୪.୪ ମିମି ବର୍ଷା ହୋଇଥିବାବେଳେ ଦରଭଙ୍ଗାରେ ୭୫.୨ ମିମି, ଡେହରିରେ ୫୯.୬ ମିମି, ଫରବିସଗଂଜରେ ୫୧.୪ ମିମି, ଛପରାରେ ୪୪.୬ ମିମି, ସୁପୌଲରେ ୩୯.୧ ମିମି, ମୁଜଫରପୁରରେ ୨୧.୪ ମିମି ବର୍ଷା ରେକର୍ଡ କରାଯାଇଛି।

Leave A Reply