୫ମ ଶ୍ରେଣୀ ଛାତ୍ରୀଙ୍କୁ ୯ମାସ ଧରି ବଳାତ୍କାର କରୁଥିଲେ କଲେଜ ଅଧ୍ୟକ୍ଷ

0

ପାଟ୍‍ନା: ମୁଜାଫରପୁର ଆଶ୍ରୟ ସ୍ଥଳ ନିର୍ଯାତନା ଘଟଣା ଏ ପର୍ଯ୍ୟନ୍ତ ତାଜା ଥିବା ବେଳେ ବିହାରରେ ପୁଣି ସେଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଜନୈକା ୫ମ ଶ୍ରେଣୀର ଛାତ୍ରୀଙ୍କୁ ସ୍କୁଲ୍‍ର ଅଧ୍ୟକ୍ଷ ଓ ଜଣେ କର୍ମଚାରୀ ଗତ ୯ ମାସ ଧରି ବଳାତ୍କାର କରୁଥିବା ଅଭିଯୋଗ ଆସିଛି। ଏବେ ପୀଡ଼ିତା ଜଣକ ଗର୍ଭବତୀ ହୋଇଥିବା ଜଣାପଡ଼ିଛି। ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ସୂଚନା ଅନୁଯାୟୀ, ପ୍ରଥମେ କଲେଜ୍‍ ଅଧ୍ୟକ୍ଷ ଛାତ୍ରୀଙ୍କୁ ବଳାତ୍କାର କରିଥିଲେ। ଏହାର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ ସମ୍ପୃକ୍ତ କର୍ମଚାରୀ। ଏହାପରେ ଭିଡିଓ ଚିତ୍ର ଦେଖାଇ ବ୍ଲାକ୍‍ମେଲ କରି ପୀଡ଼ିତାଙ୍କୁ ୯ ମାସ ଧରି ବଳାତ୍କାର କରାଯାଉଥିଲା।
ଦିନେ ସ୍କୁ୍‍ଲ୍‍ରୁ ଫେରି ପୀଡ଼ିତା ବାନ୍ତି କରିଥିଲେ। ଡାକ୍ତରଙ୍କ ପାଖକୁ ନେବା ପରେ ସେ ଗର୍ଭବତୀ ଥିବା ଡାକ୍ତର ଜାଣି ପାରିଥିଲେ। ଏହାପରେ ପୀଡ଼ିତା ଘଟଣା ସମ୍ପର୍କରେ କହିଥିଲେ। ପୀଡ଼ିତାଙ୍କ ପରିବାରର ଅଭିଯୋଗ ଆଧାରରେ ପୁଲିସ ପୋକ୍ସୋ ଆଇନ୍‍ରେ ମାମଲା ରୁଜୁ କରି ଦୁଇ ଜଣଙ୍କୁ ଗିରଫ କରିବା ସହିତ ତଦନ୍ତ ଆରମ୍ଭ କରିଛି।

Leave A Reply