୧୪୦ ଶିଶୁଙ୍କ କଙ୍କାଳ ଉଦ୍ଧାର

0

ଲିମା: ପେରୁର ଉତ୍ତରାଞ୍ଚଳ ପ୍ରଶାନ୍ତ ମହାସାଗର ନିକଟବର୍ତ୍ତୀ ଲା’ଲିବରେଟେଡ୍‌ ଅଞ୍ଚଳରୁ ବିଶ୍ୱର ସର୍ବାଧିକ ଶିଶୁ ଗଣହତ୍ୟାର ପ୍ରମାଣ ଠାବ କରାଯାଇଛି। ଏହି ଅଞ୍ଚଳ ଦେଶର ତୃତୀୟ ବୃହତ୍ତମ ନଗରୀ ତୃଜିଲୋର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ। ପ୍ରତ୍ନତତ୍ତ୍ୱବିତ୍‌ମାନେ ଏଠାରୁ ୫୫୦ବର୍ଷ ତଳେ ମାରି ପୋତି ଦିଆଯାଇଥିବା ୧୪୦ଟି ଶିଶୁଙ୍କ କଙ୍କାଳ ଉଦ୍ଧାର କରିଛନ୍ତି। ଏହି ଶିଶୁମାନେ ଚିମୁ ସଭ୍ୟତାରେ ଚନ୍ଦ୍ରକୁ ପୂଜା କରୁଥିବା ଆଦିମ କଲମ୍ବିଆ ଅଧିବାସୀଙ୍କ ସମୟର ବୋଲି କୁହାଯାଉଛି। ମିଳିଥିବା କଙ୍କାଳରୁ ଶିଶୁମାନଙ୍କ ବୟସ ମୃତୁ୍ୟ ସମୟରେ ୫ରୁ ୧୪ ମଧ୍ୟରେ ହୋଇଥିବାବେଳେ ଅଧିକାଂଶଙ୍କ ବୟସ ୮ରୁ ୧୨ବର୍ଷ ମଧ୍ୟରେ ବୋଲି ଗବେଷକମାନେ କହିଛନ୍ତି। ପଶ୍ଚିମକୁ ମୁଣ୍ଡକରି ସେମାନଙ୍କ ଶବ ପୋତାଯାଇଥିଲା। ଆଜ୍‌ଟେକ୍‌, ମାୟା ଓ ଇନ୍‌କା ସଭ୍ୟତାରେ ବହୁ ସଂଖ୍ୟାରେ ନରବଳି ଦିଆଯାଉଥିବାର ପ୍ରମାଣ ମିଳିଥିଲାବେଳେ ଏତେ ସଂଖ୍ୟକ ଶିଶୁଙ୍କୁ ବଳି ଦିଆଯାଇଥିବା କେଉଁଠାରେ ଲକ୍ଷ୍ୟ କରାଯାଇ ନଥିଲା।
ନ୍ୟାସନାଲ ଜିଓଗ୍ରାଫିକ୍ସର ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍‌ ଗାବି୍ରଏଲ ପି୍ରଏଟୋଙ୍କ ନେତୃତ୍ୱରେ ଗବେଷକମାନେ ଏହାର ସନ୍ଧାନ କରିଛନ୍ତି। ସେମାନଙ୍କ ସୂଚନାନୁଯାୟୀ ଏହା ହେଉଛି ବିଶ୍ୱର ସର୍ବବୃହତ୍‌ ଶିଶୁ ଗଣହତ୍ୟା। ଗବେଷକମାନେ ଏହି ସ୍ଥାନରୁ ପ୍ରଥମେ ୪୨ଟି ଶିଶୁ ଓ ୭୬ ଲାହ୍‌ମା (ଓଟ ଜାତୀୟ ଭାରବାହୀ ପଶୁ)ଙ୍କ ମୃତଦେହର ଅବଶେଷ ଉଦ୍ଧାର କରିବା ପରେ ସେଠାରେ ଖନନ କାର୍ଯ୍ୟ ୨୦୧୧ରେ ଆରମ୍ଭ କରିଥିଲେ। ଏହି ଦେହାବଶେଷଗୁଡ଼ିକ ଏକ ୩୫୦୦ବର୍ଷର ପୁରାତନ ମନ୍ଦିର ନିକଟରୁ ମିଳିଥିଲା। ଖନନ ଶେଷ ହେବାକୁ ପାଞ୍ଚ ବର୍ଷ ଲାଗିଥିଲା। ସେହି ସମୟ ମଧ୍ୟରେ ଘଟଣାସ୍ଥଳରୁ ୧୪୦ଶିଶୁଙ୍କ ସହ ୨୦୦ଲାହ୍‌ମାଙ୍କ ଦେହାବଶେଷ ଉଦ୍ଧାର କରାଯାଇଥିଲା। ଏହାଛଡ଼ା ସେଠାରୁ କିଛି ଅନ୍ୟ ସାମଗ୍ରୀ ମଧ୍ୟ ଉଦ୍ଧାର ହୋଇଥିଲା। ସମୁଦ୍ର ତଟରୁ ୩୦୦ମିଟର ଉଚ୍ଚରେ ଏବଂ ହୁଆନ୍‌ଚାକୋ ଜନବସତି ଅଞ୍ଚଳରୁ ଏଗୁଡ଼ିକ ଉଦ୍ଧାର କରାଯାଇଥିଲା। ଏଗୁଡ଼ିକ ୧୪୦୦ରୁ ୧୪୫୦ ମସିହାର ବୋଲି ସେମାନେ ଆକଳନ କରିଥିଲେ।
ଦେହାବଶେଷରୁ ଜଣାଯାଇଛି ଯେ ଉଭୟ ଶିଶୁ ଓ ପଶୁ ଗୁଡିକର ହୃତପିଣ୍ଡକୁ କାଢି ବାହାର କରିଦିଆଯାଇଥିଲା। ପିଲାମାନଙ୍କ ଛାତିକୁ ଚିରି ହୃତପିଣ୍ଡ ବାହାର କରିଦିଆଯାଇଥିଲା।

Leave A Reply