ହୋଲି ଖେଳକୁ ନେଇ ଆରଡିରେ ଗୋଷ୍ଠୀ ସଂର୍ଘଷ

0

ଆରଡି: ହୋଲି ଖେଳକୁ ନେଇ ଆରଡିରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି । ଭଦ୍ରକ ଜିଲା ଆରଡି ନିକଟସ୍ଥ ବତୋଲ ଗାଁରେ ହୋଲି ଖେଳକୁ କେନ୍ଦ୍ର କରି ଗତକାଲି ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂର୍ଘଷ ଦେଖିବାକୁ ମିଳିଥିଲା । ଏଥିରେ ୩ ଜଣ ଆହତ ହୋଇଥିବା ନେଇ ଆରଡି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ଗାଁରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରୁଛି । ଏହି ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି ।

Leave A Reply