ହାରିଲେ ରାଜସ୍ଥାନର ୧୩ ମନ୍ତ୍ରୀ

0

ଜୟପୁର: ରାଜସ୍ଥାନ ବିଧାନସଭା ନିର୍ବାଚନରେ ବସୁନ୍ଧରା ରାଜେଙ୍କ ନେତୃତ୍ବ ସରକାରର ୧୩ଜଣ ମନ୍ତ୍ରୀ ପରାସ୍ତ ହୋଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ବସୁନ୍ଧରା ଓ ତାଙ୍କର ଅନ୍ୟ ୫ କ୍ୟାବିନେଟ ସହଯୋଗୀ ନିର୍ବାଚନରେ ବିଜୟୀ ହୋଇଛନ୍ତି। ବସୁନ୍ଧରା ବ୍ୟତୀତ ବିଜୟୀ ହୋଇଥିବା ଅନ୍ୟ ମନ୍ତ୍ରୀମାନେ ହେଲେ ଗୁଲାବ ଚାନ୍ଦ କଟରିଆ, ବାସୁଦେବ ଦେବନାନୀ, ଅନୀତା ଭାଦେଲ, ରାଜେନ୍ଦ୍ର ରାଠୋର ଓ କିରନ ମହେଶ୍ବରୀ। ବିଧାନସଭା ନିର୍ବାଚନରେ ଦଳର ପରାଜୟ ପରେ ବସୁନ୍ଧରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବିଜୟୀ କଂଗ୍ରେସ ଦଳକୁ ସେ ଅଭିନନ୍ଦନ ଜଣାଇଛନ୍ତି। ବିରୋଧୀ ଦଳ ଆସନରେ ରହି ସେମାନେ ଲୋକଙ୍କ ସ୍ବରକୁ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ବସୁନ୍ଧରା କହିଛନ୍ତି।

Leave A Reply