ସାରାଦେଶରେ ଧୁମ୍‌ଧାମ୍‌ରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ

0

ନୂଆଦିଲ୍ଲ..- ସାରା ଦେଶରେ ୭୦ ତମ ସାଧାରଣତନ୍ତ୍ର ଦିବସକୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ଅବସରରେ ଦିଲ୍ଲୀର ରାଜପଥରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଛି । ଅମର ଜବାନ ଜ୍ୟୋତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଷ୍ପମାଲ୍ୟ  ଅର୍ପଣ କରିଛନ୍ତି ।  ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍‌ ରମଫୋସା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ।  ଏହି ଅବସରରେ ଦିଲ୍ଲୀର ରାଜପଥରେ ତିନି ସେନାର ସହ ଏନ୍‌ସିସି , ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅର୍ଦ୍ଧସୈନିକ ବଳର ଜବାନ୍‌ ପରେଡ୍‌ କରିଛନ୍ତି ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରେଡର  ଅଭିବାଦନ ଗ୍ରହଣ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ ।

ଡେୟାର ଡେଭିଲ ପକ୍ଷରୁଚିତାକର୍ଷକ  ମଟରସାଇକେଲ୍‌ରେ ବିଭିନ୍ନ କୌଶଳ ପ୍ରଦର୍ଶନ  , ବାୟୁସେନାର ଲଢୁଆ ବିମାନ ପକ୍ଷରୁ ଆକାଶରେ ତ୍ରିରଙ୍ଗା ଧୂମ ପ୍ରଦ୍ରଶନ କରାଯାଇଥିଲା । ପରେଡ ପରେ ଅନେକ ପ୍ରଜ୍ଞାପନ ମେଢ ପ୍ରଦର୍ଶନ କରାଯାଇଛି । ସମସ୍ତ ପ୍ରଜ୍ଞାପନ ମେଢରେ ଦେଶ ଭକ୍ତିର ଝଲକ ସହ ବିଭିନ୍ନ ପାରମ୍ପରିକ ଓ ସାସଂସ୍କୃତିକ ଝଲକ ପ୍ରଦର୍ଶନ କରାଯାଇଛି ।

Leave A Reply