ସ୍ୱାଧୀନତାର  ମହତ୍ତ୍ୱ

0

‘ସ୍ୱାଧୀନତା ଆମର ଜନ୍ମଗତ ଅଧିକାର’ ଏହା ଶୁଣିବାକୁ କେତେ ଆନନ୍ଦ ଲାଗୁଛି। ସ୍ୱାଧୀନତା ପ୍ରତ୍ୟେଙ୍କର ପ୍ରିୟ ଅଟେ। ସେ ମନୁଷ୍ୟ ହେଉ ଅଥବା ପଶୁପକ୍ଷୀ ହୁଅନ୍ତୁ। ସ୍ୱତନ୍ତ୍ରତାରେ ହିଁ ସବୁ ଆନନ୍ଦ ଭରି ରହିଛି। ତେଣୁ ତୁଳସୀ ଦାସଙ୍କ ମତରେ ‘ପରାଧୀନତା ସ୍ୱପ୍ନରେ ମଧ୍ୟ ସୁଖ ଦେଇ ନ ଥାଏ।’ ସେହିଭଳି ମହର୍ଷି ଦୟାନନ୍ଦଙ୍କ ମତରେ ‘ବିଦେଶୀ ରାଜ୍ୟ ଯେତେ ଭଲ ହେଲେ ମଧ୍ୟ ଏହା ସ୍ୱଦେଶ ପାଇଁ ହାନି କାରକ ଅଟେ। ଦୀର୍ଘ ୨୦୦ ବର୍ଷ ଇଂରେଜ ମାନଙ୍କ ଅଧିନରେ ଭାରତ ବର୍ଷ ରହିଥିଲା। ତାଙ୍କ ଠାରୁ ମୁକୁଳିବା ପାଇଁ ବହୁ କଷଟି ପଥରରେ ଅତିକ୍ରମ କରିବାକୁ ପଡ଼ିଥିଲା। ପରାଧୀନତାରୁ ସ୍ୱାଧୀନତା ପାଇବା ପାଇଁ ଲକ୍ଷାଧିକ ଲୋକେ ନିଜର ପ୍ରାଣବଳୀ ଦେବା ସହ ବାରମ୍ବାର କାରାବରଣ କରିଥିଲେ। ବହୁ କଷ୍ଟ ବାଧାବିଘ୍ନ ପରେ ୧୯୪୭ ଅଗଷ୍ଟ ୧୫ ସଫଳତା ପ୍ରାପ୍ତି ହେଲା। ଜାତୀୟ ଧ୍ୱଜା ଉତ୍ତୋଳନ ଜାତୀୟ ସଂଙ୍ଗୀତ ଗାନ କରାଯାଇ ସମସ୍ତ ସ୍ଥାନ ଖୁସିରେ ଭରିଯାଇଥିଲା। ଏହା ଆମର ଜାତୀୟ ପର୍ବ। ସ୍କୁଲ , କଲେଜ, ସରକାରୀ ବେସରକାରୀ ଅନୁଷ୍ଠାନ ବିଭିନ୍ନ ସ୍ଥାନରେ ଜାତୀୟ ଧ୍ୱଜା ଉତ୍ତୋଳନ କରାଯାଏ। ସଭିଏଁ ଆତ୍ମ ବିମୋହିତ ହୋଇ ଏହାକୁ ପାଳନ କରିଥାଆନ୍ତି। ଏହା ଆମକୁ ଖୁସି ପ୍ରଦାନ କରିବା ସହ, ଆମେ ଆମ ଦେଶକୁ ପ୍ରଗତି ପଥରେ ନେବାକୁ ପ୍ରେରଣା  ମିଳିଥାଏ।

Leave A Reply