ସୁରକ୍ଷା କର୍ମୀଙ୍କ ଗୁଳିରେ ୨ କୁଖ୍ୟାତ ଆତଙ୍କବାଦୀ ନିପାତ

ଶ୍ରୀନଗର . – ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳମାନଙ୍କୁ ଏକ ବଡ ସଫଳତା ମିଳିଛି । ଅନନ୍ତନାଗ ଆକ୍ରମଣରେ ସାମିଲ ଥିବା ୨ ଜଣ କୁଖ୍ୟାତ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲାରେ ଜୈଶ-ଇ-ମହମ୍ମଦର କମାଣ୍ଡର ଓ ତାହାର ସାଥୀ ନିହତ ହୋଇଛନ୍ତି ।

ନିହତ ହୋଇଥିବା ଆତଙ୍କବାଦୀର ପରିଚୟ ମିଳିଛି । ଏହି ଆତଙ୍କବାଦୀର ନାମ ଫୟାଜ ପାନଜୁ । ସେ ଅନନ୍ତନାଗରେ ସିଆର୍‌ପିଏଫ୍‌ ଜବାନଙ୍କ ଉପରେ ଆକ୍ରମଣ ଘଟଣାରେ ସାମିଲ ଥିଲା । ଏହି ଆକ୍ରମଣରେ ସିଆରପିଏଫ୍‌ର ୫ ଜଣ ଜବାନ ଓ ଜଣେ ଏସ୍‌ଏଚ୍‌ଓ ସହିଦ ହୋଇଥିଲେ ।

Comments are closed.