ସାଫ୍‍ ମହିଳା ଫୁଟ୍‍ବଲ ଚାମ୍ପିୟନ୍‍ସିପ୍‍ ; ଶୁକ୍ରବାର ଭାରତ-ନେପାଳ ମଧ୍ୟରେ ଫାଇନାଲ ମୁକାବିଲା

0

ବିରାଟନଗର(ନେପାଳ) : ପଞ୍ଚମ ଦକ୍ଷିଣ ଏସିଆ ଫୁଟ୍‍ବଲ ଫେଡେରେସନ୍‍ ସାଫ୍‍ ମହିଳା ଚାମ୍ପିୟନ୍‍ସିପ୍‍ର ଫାଇନାଲରେ ଶୁକ୍ରବାର ଭାରତ ଓ ନେପାଳ ମଧ୍ୟରେ ମୁକାବିଲା ହେବ। ବୁଧବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ନେପାଳ ଶ୍ରୀଲଙ୍କାକୁ ୪-୦ରେ ପରାସ୍ତ କରିଥିବା ବେଳେ ଭାରତ ବାଂଲାଦେଶକୁ ମଧ୍ୟ ୪- ୦ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।

୨୦୧୦ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଏହା ହେଉଛି ଭାରତର ୨୨ତମ ଲଗାତାର ବିଜୟ । ଭାରତ ମଧ୍ୟ ୪ ଥର ଟାଇଟଲ ବିଜୟୀ ହୋଇଛି। ୨୦୧୬ରେ ଭାରତ ବାଂଲାଦେଶକୁ ୩-୧ରେ ପରାସ୍ତ କରି ଟାଇଟଲ ହାସଲ କରିଥିଲା।

Leave A Reply