ସର୍ବକାଳୀନ ରେକର୍ଡ ସ୍ତରରେ ତୈଳ ଦର

0

ନୂଆଦିଲ୍ଲୀ: କେନ୍ଦ୍ରରେ କ୍ଷମତାସୀନ ଏନ୍‍ଡିଏ ସରକାରଙ୍କ ଅମଳରେ ତୈଳ ଦର ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଏଥିସହିତ ତୈଳ ବିକ୍ରି କ୍ଷେତ୍ରରେ ଦକ୍ଷିଣ ଏସିଆରେ ଭାରତ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛି। ଆଜି ତୈଳ ଦରରେ ୧୯ ପଇସା ବୃଦ୍ଧି ପାଇବା ପରେ ରାଜଧାନୀ ନୂଆଦିଲ୍ଲୀରେ ପେଟ୍ରୋଲ୍‍ ୭୪. ୪୦ ଟଙ୍କା ଓ ଡିଜେଲ୍‍ ୬୫.୬୫ ଟଙ୍କାରେ ବିକ୍ରି ହେଉଛି। ୨୦୧୩, ସେପ୍ଟେ୍‍ମ୍ବର ୧୪ ତାରିଖରେ ପେଟ୍ରୋଲ୍‍ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତର ୭୬.୦୬ ଟଙ୍କାରେ ପହଞ୍ଚିଥିଲା। ଆଜିର ମୂଲ୍ୟ ବୃଦ୍ଧି ସହିତ ଡିଜେଲ୍‍ ଦର ଦେଶର ସର୍ବକାଳୀନ ରେକର୍ଡସ୍ତରରେ ପହଞ୍ଚିଛି।
୨୦୧୪ ନଭେମ୍ବର ମାସରୁ ୨୦୧୬ ଜାନୁଆରୀ ପର୍ଯ୍ୟନ୍ତ କେନ୍ଦ୍ର ସରକାର ତୈଳ ଉପରେ ଉତ୍ପାଦନ ଶୁଳ୍କ ୯ ଥର ବୃଦ୍ଧି କରିଥିବା ବେଳେ ୨୦୧୭ ଅକ୍ଟୋବରରେ ମାତ୍ର ଥରେ ୨ଟଙ୍କା ହ୍ରାସ କରିଛନ୍ତି। ଏହି କ୍ରମରେ ପେଟ୍ରୋଲ୍‍ରେ ଉତ୍ପାଦନ ଶୁଳ୍କ ମୋଟ୧୧.୭୭ ଟଙ୍କା ଓ ଡିଜେଲ୍‍ରେ ୧୩.୪୭ ଟଙ୍କା ବୃଦ୍ଧି ଘଟିଛି। ଶୁଳ୍କ ବୃଦ୍ଧି ପରେ କେନ୍ଦ୍ର ରାଜକୋଷକୁ ୨୦୧୬-୧୭ ଆର୍ଥିକ ବର୍ଷରେ ପୂର୍ବ ବର୍ଷ ତୁଳନାରେ ଦୁଇଗୁଣରୁ ଅଧିକ ରାଜସ୍ୱ ଆସିଛି। ୨୦୧୪-୧୫ରେ ଏହି ବାବଦରେ ୯୯ ହଜାର କୋଟି ଟଙ୍କା ସଂଗୃହୀତ ହୋଇଥିବା ବେଳେ ୨୦୧୬-୧୭ରେ ୨୪୨ ହଜାର କୋଟି ଟଙ୍କା ସଂଗୃହୀତ ହୋଇଥିଲା।

Leave A Reply