ସଡକ ଦୁର୍ଘଟଣାରେ ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର

0

ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଳିଆପଡା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ, ସମ୍ବଲପୁର ବୁର୍ଲା ଅଞ୍ଚଳର ଶିବା ପଣ୍ଡା ନାମକ ଜଣେ ବ୍ୟକ୍ତି ନାଲକୋରେ ଚାକିରୀ କରନ୍ତି । ଆଜି ମଧ୍ୟାହ୍ନରେ ସେ ତାଙ୍କ ସ୍ତ୍ରୀ ପ୍ରମିଳାଙ୍କ ସହ କାର ଯୋଗେ ଭୁବନେଶ୍ୱରରୁ ନାଲକୋ ଅଞ୍ଚଳକୁ ଫେରୁଥିଲେ । ତେବେ ଛେଳିଆପଡା ଛକ ନିକଟରେ ହଠାତ ଗାଡିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ସ୍ତ୍ରୀ ପ୍ରମିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ଶିବାଙ୍କର ଅବସ୍ଥା ବର୍ତ୍ତମାନ ସୁଦ୍ଧା ସଙ୍କଟାପର୍ଣ୍ଣ ରହିଛି ।

Leave A Reply