ଶରୀରରେ ଜଳାଭାବ କେମିତି ଜାଣିବେ ?

0

ପ୍ରଥମତଃ ପରିସ୍ରା କମ୍‌ ହେବା । ଜଣେ ଦିନକୁ ୬ରୁ ୭ଥର ପରିସ୍ରା ଯିବା ଭଲ । ଏପରି ହେଉନଥିଲେ ପାଣି ପିଇବା ବଢାନ୍ତୁ ।

ଯଦି ପ୍ରତିଦିନ ଭଲ ମଏଶ୍ଚରାଇଜର ଲଗାଇଲେ ବି ତ୍ୱଚା ଶୁଷ୍କ ରହୁଥାଏ, ତେବେ ଶରୀରରେ ପାଣି ଅଭାବ ବୋଲି ଜାଣିବେ ।

ବିଶେଷକରି ଚଳପ୍ରଚଳ ହେଉଥିଲା ବେଳେ ପ୍ରବଳ ମୁଣ୍ଡବ୍ୟଥା ହେବା କିମ୍ବା ମୁଣ୍ଡ ବୁଲାଇବା- ଜଳାଭାବର ସଙ୍କେତ ।

ଅନେକ ଲୋକଙ୍କର ପାଟି ବାରମ୍ବାର ଶୁଖିଯାଏ ଏବଂ ଏପରି ହେବା ପରେ ସେମାନେ ପାଣି ପିଇଥାନ୍ତି । ଏହା ମଧ୍ୟ ଜଳାଭାବକୁ ଦର୍ଶାଏ ।

ପାଣି ଅଭାବ ହେଲେ ସାଧାରଣତଃ ଗଣ୍ଠି ଏବଂ ମାଂସପେଶୀ ଯନ୍ତ୍ରଣା ହୋଇଥାଏ । ପ୍ରାୟତଃ ଲୋକେ ଜିମ୍‌ ପରେ ସଠିକ୍‌ ପରିମାଣରେ ପାଣି ନପିଇବା ଯୋଗୁ ମାଂସପେଶୀରେ ଯନ୍ତ୍ରଣା ହୁଏ ।

ବାରମ୍ବାର ବଦହଜମି ପରି ସମସ୍ୟା ହେଉଥିଲେ ପାଣି ପିଇବା ଅଭାବ ବୋଲି ଜାଣିବେ ।

Leave A Reply