ରବିବାର ରାଶିଫଳ

0

ମେଷ: ଅଧିକ ଜଞ୍ଜାଳର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। ଧନାଗମ ହେବାର ସୂଚନା ମିଳୁଛି। ମନ ବ୍ୟସ୍ତ ରହିବ। ମଧ୍ୟମ ଧରଣର ଶୁଭଫଳ ଆଶା କରାଯାଏ।

ବୃଷ: ଉପାସନା କରିପାରନ୍ତି। ପାରିବାରିକ ସୁଖ ମିଳିବ। ସ୍ୱାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟି ପାରନ୍ତି। ମଧ୍ୟାହ୍ନ ଭୋଜନ ରୁଚିକର ହେବ। ଅପାର ଗୁଣର ଅଧିକାରୀ ହେବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।

ମିଥୁନ: ପିଲାଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ବିବାଦୀୟ ବିତର୍କରେ ଭାଗ ନ ନେବା ବୁଦ୍ଧିମାନର କାର୍ଯ୍ୟ ହେବ। ଶୁଭ କାର୍ଯ୍ୟରେ ଖର୍ଚ୍ଚର ପରିମାଣ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ମିଳିବ। କଅଁଳ କଥାରେ ଜନ ସମର୍ଥନ ମିଳିବ।

କର୍କଟ: ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ମାନିଲାଭଳି ଫଳ ଲାଭ କରିବେ। ବିବାଦରେ ବିଜୟୀ ହେବେ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ।

ସିଂହ: କର୍ମରେ ଢ଼େର ଉନ୍ନତି ଘଟିବ। ପରୀକ୍ଷା ଫଳଦାୟକ ହେବ। ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି। କୀର୍ତ୍ତିମାନ ହେବେ। ମନୋବଳ ଦୃଢ଼ ରହିବ। ସ୍ଥିତି ଅନୁକୂଳ ଅଛି। ଭାଗ୍ୟବାନ ହେବେ।

କନ୍ୟା: ବନ୍ଧୁ ମିଳନ ଆନନ୍ଦ ଦାୟକ ହେବ। ପଡ଼ୋଶୀଙ୍କ ସହ ସଦ୍‍ଭାବ ସମ୍ପନ୍ନ ହେବେ। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବରେ, ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭାଗ୍ୟଫଳ ଉନ୍ନତି ଘଟିବ। ବିଭିନ୍ନ ଦିଗରୁ ଅର୍ଥ ମିଳିବ।

ତୁଳା: ଧନକ୍ଷୟ ହେବାର ସମ୍ଭାବନା ଅଛି। ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସର୍ବାଦୌ କର୍ତ୍ତବ୍ୟ। ସ୍ୱାଭିମାନୀ ହେବେ। କାହା ସହିତ ମିଳିତ ଭାବେ ଯଦି ବ୍ୟବସାୟ ଚାଲୁ ଥାଏ; ତେବେ ଲାଭବାନ ହେବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ବିଛା: ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ମନରେ ସେବାଭାବ ଜାଗ୍ରତ ହେବ। ଯଶ ଅର୍ଜନ କରି ଆତ୍ମ ସନ୍ତୋଷ ଲାଭ କରିବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ। ଘାତଚନ୍ଦ୍ର ଭୋଗ ହେଉଥିବା ଯୋଗୁଁ ଯାନବାହନରେ ସତର୍କ ହେବେ।

ଧନୁ: ସାଧନାରେ ସିଦ୍ଧି ଲାଭ କରି ପାରନ୍ତି। ମାନ୍ୟତା ପ୍ରାପ୍ତ ହେବେ। ଆପଣଙ୍କ କାର୍ଯ୍ୟ କଳାପରେ ବିସ୍ମୟ ପ୍ରକାଶ କରି ଶତ୍ରୁ ଆପଣା ଛାଏଁ ଅପସରି ଯିବ। ସୁସ୍ଥ ଓ ନିରାମୟ ରହିପାରନ୍ତି। କଳ୍ପନା ବିଳାସୀ ହେବାର ସୂଚନା ମିଳୁଛି।

ମକର: କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିବାକୁ ଉଦ୍ୟମ କରିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କୌଣସି କାରଣରୁ ଭୟଭୀତ ହେଲେ ବି; ସାହସ ବାନ୍ଧି କାର୍ଯ୍ୟ କରିପାରନ୍ତି। ଚଞ୍ଚଳ ଚେଷ୍ଟିତ ହେବେ। ଅର୍ଥ ମିଳିବ।

କୁମ୍ଭ: ଯଶସ୍ୱୀ ହେବେ। ସୁସ୍ଥ ଓ ନିରାମୟ ରହିବେ। ଉପୁଜି ଥିବା ସମସ୍ୟା ଦୂର ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତାର ଫଳା-ଫଳ ଆପଣଙ୍କ ସପକ୍ଷରେ ଯିବ। ଜ୍ୟୋର୍ତିବିଦ୍ୟା ଉପରେ ଆସ୍ଥା ରହିବ।

ମୀନ: ଆପଣଙ୍କ ପରିଶ୍ରମ ମୂଲ୍ୟାଙ୍କନ ହେବ। ଭବ୍ୟ ସମ୍ବର୍ଦ୍ଧନା ମିଳିପାରେ। ସେବା ଭାବନାରେ ଉଦ୍‍ବୁଧ ହେବେ। ପୂଜାର୍ଚ୍ଚନାରେ ଅନ୍ୟର ମଙ୍ଗଳ କାମନା କରିବେ। ବିରୋଧୀ ବ୍ୟକ୍ତିମାନେ ବିରୋଧରୁ ଅପସରି ଯିବେ।

Leave A Reply