ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆର୍ଥିକ ଅନିୟମିତତା: ସ୍ବତନ୍ତ୍ର ଅଡିଟ୍ ନିର୍ଦେଶ

0

ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଆର୍ଥିକ ଅନିୟମିତତା ଅଭିଯୋଗ ଘଟଣାର ସ୍ୱତନ୍ତ୍ର ଅଡିଟ ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପକ୍ଷରୁ ନିର୍ଦେଶନାମା ଜାରି ହୋଇଛି। ଅର୍ଥ ବିଭାଗ ଅନୁସଚିବ ନିର୍ଦେଶକ ଲୋକାଲ ଫଣ୍ଡ ଅଡିଟରଙ୍କୁ ଚିଠି ଲେଖିଛନ୍ତି ଯେ, ଵ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୧୯କୋଟି ୬୪ଲକ୍ଷ ୨୪ହଜାର ୧୫୧ଟଙ୍କାର ମେଳ ଖାଉନଥିବା ଜଣାପଡିବା ପରେ ନିଜେ ବିଶ୍ୱବିଦ୍ୟାଳୟର କୂଳସଚିବ ଶୈଳେନ୍ଦ୍ର ଦ୍ବିବେଦୀ ରାଜ୍ୟପାଳଙ୍କୁ ଘଟଣାର ତଦନ୍ତ ପାଇଁ ଲିଖିତ ଅନୁରୋଧ କରିଥିଲେ। ଖୁବଶୀଘ୍ର ଆର୍ଥିକ ଅନିୟମିତତାର ତଦନ୍ତ ପାଇଁ ତଦନ୍ତକାରୀ ଦଳ ବିଶ୍ୱବିଦ୍ୟାଳୟରେ ପହଂଚିବା ସମ୍ଭାବନା ରହିଛି। ପୂର୍ବରୁ ବିଶ୍ୱବିଦ୍ୟାଳୟରେ କୋଟି କୋଟି ଟଙ୍କାର ଦୁର୍ନୀତି ନେଇ ଖୋଦ ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ସଭାପତି ଓ ଗଂଜାମ ଓକିଲ ସଂଘ ଏବଂ ବିଶ୍ୱବିଦ୍ୟାଳୟର ବହୁ ପୂର୍ବତନ ଛାତ୍ରନେତା ଅଭିଯୋଗ ଆଣି ଭିଜିଲାନ୍ସ ତଦନ୍ତ ଦାବି କରିଥିଲେ।

Leave A Reply