ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ

0

ଆଗାମୀ ଦିନମାନଙ୍କରେ ଦୀପାବଳି ଓ ବଡ଼ଦିନ ଭଳି ଛୁଟି ବିଭିନ୍ନ ବର୍ଗର ଲୋକଙ୍କୁ ମିଳିବ। ନଭେମ୍ବର ଶେଷ ସପ୍ତାହରୁ ଅଧିକାଂଶ କର୍ମଜୀବୀ ଲୋକ ବର୍ଷର ଶେଷ ଅବକାଶକୁ ପରିବାର ସହ ଖୁସି ମିଜାଜ୍‌ରେ ଅତିବାହିତ କରିବାର ଯୋଜନା ପ୍ରସ୍ତୁତ କରନ୍ତି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ପ୍ରାୟ ୫୬% ଭାରତୀୟ ଅବକାଶ ନିମନ୍ତେ ଦୁଇଟି ସ୍ଥାନକୁ ନିଜର ପ୍ରିୟ ପର୍ଯ୍ୟଟନ ସ୍ଥଳ ଭାବେ ଘୋଷଣା କରିଛନ୍ତି। ପ୍ରଥମ ହେଲା ଗୋଆ ଓ ଦ୍ବିତୀୟ ସ୍ଥାନରେ ଅଛି ଜୟପୁର। ଗୋଆରେ ଉଭୟ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ଲାଗୁଥିଲାବେଳେ ଏଠାକାର ଖାଦ୍ୟପାନୀୟ ମହଙ୍ଗା। ହେଲେ ଜୟପୁରର ରାଜକୀୟ ଆଦବକାଇଦା ହିଁ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ। ଶୈଲା ନାମ୍ନୀ ଫ୍ରାନ୍ସର ଜନୈକ ପର୍ଯ୍ୟଟକଙ୍କ ମତରେ ପ୍ରାୟ ୧୨ ବର୍ଷ ହେଲା ସେ ନିୟମିତ ଜୟପୁର ଆସୁଛନ୍ତି। ପ୍ରତିଥର ତାଙ୍କୁ ନୂଆ ଅନୁଭୂତି ମିଳୁଛି। ପ୍ରଥମଥର ବିବାହ ଅବସରରେ ମଧୁଚନ୍ଦ୍ରିକାରେ ସେ ଜୟପୁର ଆସିଥିଲେ। ଏହା ପରଠାରୁ ସ୍ବାମୀ ସାଙ୍ଗରେ ନ ଆସିଲେ ମଧ୍ୟ ଦୁଇ ଝିଅଙ୍କୁ ନେଇ ଜୟପୁର ଆସିଥାନ୍ତି। ଅନ୍ୟପାଖେ ଗୋଆର ପରିବେଶ ହିଁ ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିଥାଏ। ଚଳିତଥର ୪୭%ରୁ ଅଧିକ ଭାରତୀୟ ପର୍ଯ୍ୟଟକ ଗୋଆରେ ଗ୍ରୀଷ୍ମ ଛୁଟି ଅତିବାହିତ କରିଛନ୍ତି। ସମୁଦ୍ରକୂଳର ନିରୋଳା ବାତାବରଣ ହିଁ ମୁଖ୍ୟ ଆକର୍ଷଣ ବୋଲି ଗ୍ରାହକଙ୍କ ମତ।

Leave A Reply