ରାଷ୍ଟ୍ରୀୟ ମହିଳା କୋଷ ଋଣ ଏକକାଳୀନ ପରିଶୋଧ ପାଇଁ ସଂସଦୀୟ ସ୍ଥାୟୀ କମିଟିର ପ୍ରସ୍ତାବ

0

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମହିଳା କୋଷ ଋଣଗ୍ରହୀତାଙ୍କୁ ସହଜରେ ଋଣ ଭାରରୁ ମୁକ୍ତ କରିବା ପାଇଁ ଏକ ସଂସଦୀୟ କମିଟି ପ୍ରସ୍ତାବ ଦେଇଛନ୍ତି। ଯେଉଁ ଋଣଗ୍ରହୀତାମାନେ ଅର୍ଥ ଫେରସ୍ତ କରି ପାରୁ ନାହାନ୍ତି, ସେମାନଙ୍କ ପାଇଁ ଏକକାଳୀନ ଋଣ ପରିଶୋଧ ଯୋଜନା କାର୍ଯ୍ୟକାରୀ କରିବା ପାଇଁ କମିଟି ପ୍ରସ୍ତାବ ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାନବ ସମ୍ବଳ ବିକାଶ ସମ୍ବନ୍ଧୀୟ ସଂସଦୀୟ ସ୍ଥାୟୀ କମିଟି ରାଷ୍ଟ୍ରୀୟ ମହିଳା କୋଷ କାର୍ଯ୍ୟକାରିତା ବିଷୟରେ ଅଧ୍ୟୟନ କରି ରିପୋର୍ଟ ଦେଇଛନ୍ତି। ରାଷ୍ଟ୍ରୀୟ ମହିଳା କୋଷ ଅଧୀନରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇବା ଉଦ୍ଦେଶ୍ୟରେ ଋଣ ଦିଆଯାଇଥାଏ। ତେବେ ବ୍ୟବସାୟରେ ଅସଫଳ ହୋଇଥିବା ମହିଳା ଯେଉଁମାନେ ଋଣ ପରିଶୋଧ କରିନାହାନ୍ତି, ସେମାନଙ୍କୁ କିଭଳି ସାହାଯ୍ୟ କରାଯାଇ ପାରିବ ସେ ନେଇ କମିଟି ମତ ରଖିଛନ୍ତି। ଏହି ଯୋଜନାରେ ବର୍ତ୍ତମାନ ସୁଧ ହାର ୧୦ ପ୍ରତିଶତ ଥିବା ବେଳେ ଅନାଦେୟ ଋଣ ପାଇଁ ସୁଧ ହାର ହ୍ରାସ ସହ ସେମାନଙ୍କୁ ନୂଆ ଋଣ ଦେବାକୁ କମିଟି ପ୍ରସ୍ତାବ ଦେଇଛନ୍ତି। ଡଃ. ସତ୍ୟନାରାୟଣ ଜାତିୟଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟି ଏ ସମ୍ପର୍କିତ ରିପୋର୍ଟ ଗତ ମାର୍ଚ୍ଚ ମାସରେ ରାଜ୍ୟସଭାରେ ଉପସ୍ଥାପନ କରିଥିଲେ। ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରୁ ଏହି ଯୋଜନାରେ ଅଧିକ ଲାଭାର୍ଥି ଥିବା ବେଳେ, ଆସାମ, ଛତିଶଗଡ଼, ହରିୟାଣା ଓ ଉତ୍ତରାଖଣ୍ଡରେ ସବୁଠାରୁ କାମ ଲାଭାର୍ଥୀ ଥିବା ରିପୋର୍ଟରେ କୁହାଯାଇଛି। ତେବେ ୧୮ ଜାନୁଆରୀ ୨୦୧୯ ସୁଦ୍ଧା ୩୦କୋଟି ଟଙ୍କା ଋଣ ଦେବାକୁ ଯୋଜନା ଥିଲେ ମଧ୍ୟ ସେହି ସମୟ ମଧ୍ୟରେ ମାତ୍ର ୭କୋଟି ୧୫ଲକ୍ଷ ଟଙ୍କା ଋଣ ଦିଆଯାଇଛି।

Leave A Reply