ରାମେୟାପାଟଣାରେ ସମୁଦ୍ର ସ୍ଥିତି ଅନୁଧ୍ୟାନ

0

ଚିକିଟି: ଜୁଆରରେ କ୍ଷତିଗ୍ରସ୍ତ ହେଉଥିବା ଗଞ୍ଜାମ ଜିଲାର ରାମେୟାପାଟଣା ସନ୍ନିକଟ ବଙ୍ଗୋପସାଗରର ସ୍ଥିତି ଅନୁଧ୍ୟାନ ପାଇଁ ଏକ ପ୍ରତିନିଧି ଦଳ ପହଞ୍ଚିଛନ୍ତି। ପ୍ରତିନିଧି ଦଳ ସମୁଦ୍ର ଜଳରାଶିରେ ଏକ ମୋଟର ଚାଳିତ ଡଙ୍ଗାରେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ ସମୁଦ୍ର ଜୁଆରର ତ୍ରିବତା ଓ ପ୍ରକୋପ ଉପରେ ଗବେଷଣା ପାଇଁ ପହଞ୍ଚିଛନ୍ତି। ଏଥିରେ ଚେନ୍ନଇସ୍ଥିତ ଏନସିସିଆରର ନିର୍ଦେଶକ ଡ.ରମଣମୂର୍ତ୍ତି, ଏମସିଏସଇଏନର ପ୍ରକଳ୍ପ ବୈଜ୍ଞାନିକ ମଣି କୁମାରନ, ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଲଡୁକିଶୋର ସାବତ, ଅଧୀକ୍ଷଣ ଯନ୍ତ୍ରୀ ସୀମାଞ୍ଚଳ ସାହୁ, ନିର୍ବାହୀ ଯନ୍ତ୍ରୀ ବିଜୟକୁମାର ପାଳ, ଉପ-ନିର୍ବାହୀ ଯନ୍ତ୍ରୀ ଉମାଶଙ୍କର ପଟ୍ଟନାୟକ, କନିଷ୍ଠଯନ୍ତ୍ରୀ କୈଳାସ ପ୍ରଧାନ ପ୍ରମୁଖ ଅଛନ୍ତି। ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ। ୧୦ ବର୍ଷ ଧରି ସମୁଦ୍ରକୁଳ ଲଘୁଂଥିବାରୁ ସମୁଦ୍ରକୁଳରେ ଗାର୍ଡୱାଲ ନିର୍ମାଣ ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ଅଦ୍ୟାବଧି ହୋଇନଥିବା ଗ୍ରାମବାସୀ ଅନୁଧ୍ୟାନ ପାଇଁ ଆସିଥିବା ପ୍ରତିନିଧି ଦଳ ଆଗରେ ଅଭିଯୋଗ କରିଛନ୍ତି।

Leave A Reply