ରବିବାର ରାଶିଫଳ

0

ମେଷ: ମିଳିଥିବା ସୁଯୋଗର ସଦ୍‌ବ୍ୟବହାର କରିପାରନ୍ତି। ବାତାବରଣ ସୌହାର୍ଦ୍ୟପୂର୍ଣ୍ଣ ହୋଇପାରେ। ଭାଗ୍ୟଶାଳୀ ହେବେ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ବୃଷ: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ବୁଦ୍ଧିମାନ ହେବେ। ଧନ ସହିତ ଶ୍ରେଷ୍ଠ ସ୍ୱଭାବର ହେବେ। ପରୋପକାରୀ ହୋଇପାରନ୍ତି; କିନ୍ତୁ ସତର୍କତାର ଦିନଟି ଆଜି। ବିଦ୍ୟାର୍ଥୀ ଖୁସି ହେବେ।
ମିଥୁନ: ଆୟ ବୃଦ୍ଧି ପାଇଁ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବ ନେଇ କାର୍ଯ୍ୟ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ପତ୍ନୀଙ୍କ ଦ୍ୱାରା ପରିଚାଳିତ ହେବେ। ବିଦ୍ୟାର୍ଥୀଙ୍କର ଶୁଭଫଳ।
କର୍କଟ: ମନରେ ଥିବା ହତାଶା ଭାବଦୂର ହୋଇପାରେ। ଏକାଗ୍ରତା ଭାବ ଆସିବ। ଭାଇମାନଙ୍କ ପ୍ରତି ସ୍ନେହ ଭାବ ଅବ୍ୟାହତ ରହିବ। ଶତ୍ରୁ ଦମନ କରିିବାରେ ସିଦ୍ଧହସ୍ତ ହେବେ। ବିଦ୍ୟାର୍ଥୀ ଯତ୍ନଶୀଳ ହେବେ।
ସିଂହ: କାର୍ଯ୍ୟ ଧାରାରେ ପରିବର୍ତ୍ତନ ଦେଖା ଦେଇପାରେ। ବିଚାର ବିମର୍ଶ ପୂର୍ବକ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‌ କିଛି ଧନଲାଭର ସୂଚନା ମିଳୁଛି। ବିଦ୍ୟାର୍ଥୀ ସାହସୀ ଓ ଜ୍ଞାନୀ ହେବେ।
କନ୍ୟା: ବିଳାସ ବ୍ୟସନ ଦ୍ରବ୍ୟ ମିଳିପାରେ। ବାଦ ବିବାଦକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ବିଦ୍ୟାର୍ଥୀ କୃଷି ବିଦ୍ୟାରେ ପାରଙ୍ଗମ ହେବେ।
ତୁଳା: ଘାତଚନ୍ଦ୍ର ଭୋଗ ହେଉଥିବାରୁ ଅତି ସତର୍କତାର ସହ କାର୍ଯ୍ୟ କରିବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଠା କଥା କହି ମାୟାଜାଲ ବୁଣି ଦେଇପାରନ୍ତି। ସାହସୀ ଓ ପ୍ରେମୀ ହୋଇପାରନ୍ତି। ବିଦ୍ୟାର୍ଥୀ ଆଗେଇବେ।
ବିଛା: କର୍ମକ୍ଷେତ୍ରରେ ଅତିମାତ୍ରାରେ ଉତ୍ସାହିତ ହୋଇ କାର୍ଯ୍ୟ କରିବେ। ଭାଗ୍ୟଶାଳୀ ହେବେ। ସହନଶୀଳ, ମଧୁରଭାଷୀ ଓ ଶାନ୍ତିପ୍ରିୟ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ସ୍ତ୍ରୀ ବିଳାସୀ ହୋଇପାରନ୍ତି। ମିତ୍ର ସୁଖ ମିଳିବ। ବିଦ୍ୟାର୍ଥୀ ଉଦାର ବିଦ୍ୟାପ୍ରେମୀ ହେବେ।
ଧନୁ: କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଭଲ ଆୟ ହେବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭର ସୂଚନା ମିଳୁଛି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ମକର: ଯାନବାହନ ଚଳାଚଳ ଓ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ରହିବେ। ଥଣ୍ଡା କଫରେ ପୀଡ଼ିତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଚକ୍ଷୁରେ ପୀଡ଼ା ଉପୁଜି ପାରେ। ବିଦ୍ୟାର୍ଥୀଙ୍କ ଶୁଭଫଳ।
କୁମ୍ଭ: ଆୟ ଆଶାନୁରୂପ ହେବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ଅର୍ଥ ଓ ସମ୍ମାନ ମିଳିବ। ବିଦ୍ୟାର୍ଥୀ କରିତ୍‌କର୍ମା ହେବେ।
ମୀନ: ମନ ଚଞ୍ଚଳ ରହିବ। ପରିଶ୍ରମର ମୂଲ୍ୟ ମିଳିବ। ମନ ପ୍ରସନ୍ନ ରହିବ। କୁଳଦୀପକ ହେବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ। ବିଦ୍ୟାର୍ଥୀ ଉତ୍ତୀର୍ଣ୍ଣ ହେବେ।

Leave A Reply