ରଥଖଳାରୁ… ତାଗ ଉପରେ ପଡିବ ପଟା

0

ପୁରୀ : ତିନି ରଥପାଇଁ ରବିବାର ତିନୋଟି ଦୁଆର ନିର୍ମାଣ ଶେଷ ହୋଇଛି। ତାଗବାଡିଆ ସରିଥିବାରୁ ସୋମବାର ରଥରେ ପଟା ପକାଯିବ। ପୋଟଳ, ପାରାଭାଡି, କଳସ ଓ ଖପୁରି ନିର୍ମାଣ ସରିଛି। ସେଗୁଡିକ ରଥଉପରେ ସଂଯୋଗ କରାଯିବ। କଳସରେ ଚଦର ପକାଯିବ। ମୂଳଭୂଇଁ କବଞ୍ଚି ଏବଂ କଣିଫାଉଡି ନିର୍ମାଣ ଶେଷ ହୋଇଛି। ଧମକ କଣ୍ଟା ପଡିଛି। ରଥ ଚକ, କୋଣଗୁଜ ଏବଂ ପାର୍ଶ୍ବ ଦେବଦେବୀଙ୍କୁ ରଙ୍ଗ କରାଯାଉଛି। ରୂପକାର ସେବକ ନାଟଗୋଡ ଏବଂ ସିଂହାସନ ତଳକାଠ ଖୋଦେଇ କରୁଛନ୍ତି। ତିନି ରଥର କତରା ସମ୍ମୁଖରେ ହାତୀଶୁଣ୍ଢ କରାଯାଉଛି। ଅଧିକାଂଶ କାମ ଶେଷ ହୋଇଥିବାରୁ ଦେବସ୍ନାନ ପୂର୍ଣ୍ଣିମା ମଧ୍ୟରେ ରଥ ନିର୍ମାଣ ସରିବାର ସମ୍ଭାବନା ରହିଛି। ରଥକନା ଏବଂ ରଥ ଦଉଡିକୁ ଅପେକ୍ଷା କରିଛି ଶ୍ରୀମନ୍ଦିର ପ୍ରଶାସନ। ରଥ ନିର୍ମାଣ କାର୍ଯ୍ୟରେ ୬୦ ମହାରଣା, ୨୦ରୂପକାର ଏବଂ ୧୦ କମାର ସେବକ ନିୟୋଜିତ ହୋଇଛନ୍ତି। ରଥ ସାରଥି ଏବଂ ରଥ ଅଶ୍ୱଙ୍କୁ ବାହାର କରାଯାଇ ପ୍ରସ୍ତୁତ କରାଯାଉଛି। ଜୁଲାଇ ୧୪ରେ ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଏବଂ ୨୨ରେ ବାହୁଡାଯାତ୍ରା ଅନୁଷ୍ଠିତ ହେବ।

Leave A Reply