ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

0

ବରଗଡ: କ୍ଷେତ ମଧ୍ୟରେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବୁଢାପଲୀ ଗ୍ରାମ ନିକଟ ଏକ କ୍ଷେତ ମଧ୍ୟରେ ମମତା ଲୁହାର(୧୮) ନାମକ ଜଣେ ଯୁବତୀର ମୃତଦେହ ଉଦ୍ଧାର କରାଯାଇଛି। ଯୁବତୀ ଜଣକ ଗ୍ରାମର ଅନତି ଦୂରରେ ଥିବା କ୍ଷେତ ମଧ୍ୟରେ ଏକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଆଜି ସକାଳେ ଗ୍ରାମବାସୀ ଯୁବତୀର ମୃତଦେହ ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଯୁବତୀର ମୃତଦେହ ଦେଖି ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply