ଯୁବକଙ୍କୁ ହତ୍ୟା ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାଜୀୟ ରାଜପଥ ଅବରୋଧ

0

ଲକ୍ଷ୍ମୀପୁର : କୋରାପୁଟ ଜିଲା ଲକ୍ଷ୍ମୀପୁର ଥାନା ଅନ୍ତର୍ଗତ ହଡୁମୁରିପଦର ଗ୍ରାମ ନିକଟରେ ଯୁବକଙ୍କୁ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଜାଜୀୟ ରାଜପଥ ଅବରୋଧ କରାଯାଇଛି। ହଡୁମୁରିପଦର ଗ୍ରାମ ନିକଟରେ ତଳକୁ ମୁହଁ ମାଡ଼ି ଜଣେ ବ୍ୟକ୍ତି ପିଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିଥିଲେ। ପରେ ତାହା ତୟାପୁଟ ଗ୍ରାମର ମେହେନ୍ଦ୍ର ଖୋସ୍ଲା ନାମକ(୩୯) ଯୁବକଙ୍କ ମୃତଦେହ ହୋଇଥିବା ପରିବାର ଲୋକ ଚିହ୍ନି ଲକ୍ଷ୍ମୀପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ମନୋଜ କୁମାର ବେହେରାଙ୍କ ସହିତ ଅନ୍ୟ ସହଯୋଗୀ ମାନେ ଘଟଣା ସ୍ଥଳରେ ପହଞ୍ଚି  ଥିଲେ। ଯେଉଁଠାରେ ମୃତ ଦେହ ପଡିଥିଲା ତାଠାରୁ ଅଳ୍ପ ଦୂରରେ କିଛି ରକ୍ତ ପଡ଼ିଥିଲା। ଏହାର ପାରିପାଶ୍ବିକ ପରିସ୍ଥିତିକୁ ଦେଖି ଏହା ଏକ ହତ୍ୟା କାଣ୍ଡ ହୋଇଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ମହେନ୍ଦ୍ର ସେଭଳି ପିଲା ନୁହେଁ ଯେ କାହାର କିଛି କ୍ଷତି କରିବ, ତାକୁ କଣ ପାଇଁ ହତ୍ୟା କରାଗଲା ବୋଲି ସମ୍ପର୍କୀୟ ମାନେ କହିବା ସହିତ ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଡୁମୁରିପଦର ଛକ ନିକଟରେ ଦିନ ୩ଟାରୁ ରାସ୍ତାରୋକ କରିଛନ୍ତି। ଫଳରେ କୋରାପୁଟ-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ଉଭୟ ପଟେ ଶହଶହ ଗାଡ଼ିମଟର ଅଟକି ରହିଛି। ଖବର ପାଇ ଲକ୍ଷ୍ମୀପୁର ଉପଆରକ୍ଷୀ ଅଧୀକ୍ଷକ ଅଶ୍ୱିନୀ କୁମାର ନାଏକ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ। ଲୋକଙ୍କ ଦାବି ଅନୁଯାୟୀ ତଦନ୍ତ କରାଯାଇ ଅତିଶିଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛିନ୍ତି। କୋରାପୁଟରୁ ସନ୍ଧାନୀ କୁକୁର ମଗାଯାଇ ଥିଲେ ମଧ୍ୟ କୌଣସି ସୁରାକ୍‍ ମିଳି ପାରି ନାହିଁ।

ଗତକାଲି ୩ଟାରୁ ଲକ୍ଷ୍ମୀପୁର ଠାରୁ ୨୦ କିମି ଦୂର ରୁଫକଣା ଠାରେ ଏକ ଇନୋଭା ଧକ୍କାରେ ଜଣେ ମଳିଳାଙ୍କ ମୃତ୍ୟୁକୁ ନେଇ କ୍ଷତି ପୂରଣ ନାବିରେ ବହୁ ଘଣ୍ଟା ଧରି ୩୨୬ ନମ୍ବର ଜାତୀୟ ରାଜପଥ ଅବୋରଧ ହେବା ଫଳରେ ଏହି ରାସ୍ତାରେ ଯାନବାହାନ ଅଟକି ରହିବା ସହିତ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। କିନ୍ତୁ ୨୪ ଘଣ୍ଟା ନପୂରୁଣୁ କୋରାପୁଟ-ରାୟଗଡ଼ା ଜତୀୟ ରାଜପଥ ଅବରୋଧ ହେବା ଯୋଗୁଁ ରାସ୍ତାର ଉଭୟ ପଟେ ବହୁ ସଂଖ୍ୟକ ଗାଡ଼ିମଟର ଅଟକି ରହିଥିବା ସହିତ ଲୋକମାନେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳିଥିଲା।

Leave A Reply