ଯୁବକଙ୍କୁ ପିଟି ପିଟି ହତ୍ୟା

0

ପାଟ୍‍ନା: କିଛି ଦିନ ପରେ ପୁଣି ଥରେ ଭିଡ଼ ହିଂସା ଦେଖିବାକୁ ମିଳିଛି। ବିହାର ନାୱାଡା ଜିଲାରେ ଅନୁସୂଚିତ ଜାତିର ଜଣେ ଯୁବକଙ୍କୁ କିଛି ଲୋକ ପିଟି ପିଟି ମାରି ଦେଇଥିବା ଅଭିଯୋଗ ଆସିଛି।
ପୁଲିସ ସୂଚନା ଅନୁଯାୟୀ, ଲାଭାପୁରା ଗ୍ରାମର ରୁପନ ମାଞ୍ଝି ନାମକ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଚୋରି କରୁଥିବା ଅଭିଯୋଗରେ କିଛି ଲୋକ ଧରି ଥିଲେ। ରୁପନ୍‍ଙ୍କୁ ସେମାନେ ଅତି ନିର୍ମମ ଭାବେ ବାଉଁଶ ବାଡ଼ି, ଇଟା ଓ ଲୁହା ରଡ୍‍ରେ ପିଟି ଥିଲେ। ପୁଲିସ ଘଟଣାସ୍ଥଳରୁ ରୁପନ୍‍ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ପୁଲିସ ସୂଚନା ଅନୁଯାୟୀ ରୁପନ୍‍ଙ୍କ ସହିତ ଚାରିଜଣ ଚୋରି କରିବା ଉଦ୍ଦେଶ୍ୟରେ ଏକ ଘରେ ପଶିଥିଲେ। ପରିବାର ଲୋକ ଉଠିଯିବାରୁ ସମସ୍ତେ ଚାଲି ଯାଇଥିଲେ। ରୁପନ୍‍ ଧରାପଡ଼ିଯାଇଥିଲେ। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛିି।

Leave A Reply