ମୋଦୀଙ୍କ ହେଲିକପ୍ଟର ତଲାସୀ କରିଥିବା ଆଇଏଏସ୍‍ ଅଧିକାରୀଙ୍କ ନିଲମ୍ବନ ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ଏବଂ ଆପ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟରର ତଲାସୀ କରି ଜଣେ ଆଇଏଏସ୍‍ ଅଧିକାରୀ ନିଲମ୍ବନ ହେବା ଘଟଣାକୁ ନେଇ କଂଗ୍ରେସ ଏବଂ ଆମ ଆଦମୀ ପାର୍ଟି (ଆପ) ନିର୍ବାଚନ ଆୟୋଗଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ସମୟରେ କାହାକୁ ବି ଯାଞ୍ଚରୁ ଛାଡ କରିବାର ନିୟମ ନଥିବାବେଳେ କିପରି ଆଇଏଏସ୍‍ ଅଧିକାରୀଙ୍କୁ ନିଲମ୍ବନ କରାଗଲା ବୋଲି କଂଗ୍ରେସ ପକ୍ଷରୁ ଟ୍ୱିଟ୍‍ କରି ପ୍ରଶ୍ନ କରାଯାଇଛି।

ପ୍ରକାଶ ଯେ ମଙ୍ଗଳବାର ଓଡ଼ିଶାର ସମ୍ବଲପୁରଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟରର ତଲାସୀ କରିଥିବା ଆଇଏଏସ୍‍ ଅଧିକାରୀ ମହମ୍ମଦ ମହସିନଙ୍କୁ ନିର୍ବାଚନ ଆୟୋଗ ନିଲମ୍ବନ କରିଥିଲେ। ନିର୍ବାଚନ ଆୟାଗ ନିର୍ଦେଶରେ ଦର୍ଶାଇଥିଲେ ଯେ ଆଇଏଏସ୍‍ ଅଧିକାରୀ ଜଣକ ଏସ୍‍ପିଜି ସୁରକ୍ଷାଧାରୀଙ୍କ ପାଇଁ ଥିବା ନିୟମ ଏବଂ ପ୍ରକ୍ରିୟା ଅନୁସାରେ କାର୍ଯ୍ୟ କରିନଥିଲେ। ଅଚାନକ ତଲାସୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ୧୫ ମିନିଟ ବିଳମ୍ବ ହୋଇଥିଲା। ତେଣୁ କାର୍ଯ୍ୟରେ ତ୍ରୁଟି ପାଇଁ ଆଇଏଏସ୍‍ ଅଧିକାରୀ ମହମ୍ମଦ ମହସିନଙ୍କୁ ନିଲମ୍ବିତ କରାଯାଇଛି। ସେହିପରି ଆପ ମଧ୍ୟ ଟ୍ୱିଟ୍‍ କରି ଏହା ଉପରେ ପ୍ରଶ୍ନ କରିଛି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶରେ ଏପରି କରାଯାଇଥିବା ଆପ ଅଭିଯୋଗ କରିଛି।

Comments are closed.