ମୋଟ ୧୨% ଲୋକେ ହିଁ ଶୁଦ୍ଧ ପାଣି ପିଉଛନ୍ତି ! ବିଶ୍ବସ୍ତରୀୟ ସର୍ବେକ୍ଷଣର ରିପୋର୍ଟ

0

ଦିନକୁଦିନ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଏହାର ପ୍ରଭାବ ପାନୀୟ ଜଳ ଉପରେ ମଧ୍ୟ ପଡ଼ୁଛି ବୋଲି ବିଶେଷଜ୍ଞଙ୍କ ମତ ।

ବିଶ୍ବସ୍ତରୀୟ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ମାତ୍ର ୧୨% ଲୋକେ ହିଁ ଶୁଦ୍ଧ ପାଣି ପିଉଛନ୍ତି । ଅଧିକାଂଶ ସ୍ଥାନରେ ପାଣିରେ ଆର୍ସେନିକ୍, ଲିଡ୍, ସେଲେନିୟମ୍, ମର୍କ୍ୟୁରି, ନାଇଟ୍ରେଟ୍ ଆଦି ଧାତୁ ମିଶି ରହୁଛି ।
ଯେଉଁ କାରଣରୁ ଏହି ପାଣି ପିଇବା ଦ୍ବାରା ଶରୀର ଉପରେ ଗମ୍ଭୀର ପ୍ରଭାବ ପଡ଼ୁଛି। ପାଣିରେ ମହଜୁଦ୍ ଥିବା ବିଭିନ୍ନ ପ୍ରକାର ବ୍ୟାକ୍ଟେରିଆ କାରଣରୁ ମଧ୍ୟ ସ୍ବାସ୍ଥ୍ୟରେ ଅବନତି ହୋଇଥାଏ।

ବିଶେଷଜ୍ଞଙ୍କ ପରୀକ୍ଷାରୁ ଜଣାପଡ଼ିିଛି ଯେ ପାନୀୟ ଜଳରେ କଲିଫର୍ମ ଓ ଇ-କୋଲି ଥିବା କାରଣରୁ ଡାଇରିଆ ହେବାର ଆଶଙ୍କା ସର୍ବାଧିକ। ଏଥିଯୋଗୁଁ ପେଟ ସଙ୍କ୍ରମଣ ହୋଇଥାଏ।

ଆମ ପାନୀୟଜଳରେ ଟିଡିଏସ୍ ମାତ୍ରା ଅଧିକ ଥିଲେ, ତାହା ବୃକକରେ ପଥୁରିରୋଗ ସୃଷ୍ଟି କରେ।

ଏହା ସହ ଏଥିରେ ଲୌହ ଓ ମ୍ୟାଗ୍ନେସିୟମର ମାତ୍ରା ଅଧିକ ଥିଲେ ତାହା ତ୍ବଚା ଭାଙ୍ଗ କରାଉଥିବାର ପରୀକ୍ଷାରୁ ଜଣାପଡ଼ିଛି।

Leave A Reply